www.samajalive.in
Sunday, December 14, 2025
14.1 C
Bhubaneswar

୮ଟି ଶ୍ରେଣୀ ପାଇଁ ଶିକ୍ଷକ ୩; ବାବୁପାଲି ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଆଗଲପୁର: ବଲାଙ୍ଗିର ଜିଲା ବାବୁଫାସଡ ପଞ୍ଚାୟତର ବାବୁପାଲି ଗାଁ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢିବାରେ ବହୁତ ସମସ୍ୟା ହେଉଛି। ଫଳରେ ସ୍କୁଲ କମିଟି ଓ ଗାଁ ଲୋକେ ସ୍କୁଲରେ ତାଲା ପକାଇଛନ୍ତି।

ସୂଚନା ଅନୁସାରେ, ସ୍କୁଲରେ ୮ଟି ଶ୍ରେଣୀ ଥିବା ବେଳେ ମାତ୍ର ୩ଜଣ ଶିକ୍ଷକ ଅଛନ୍ତି। ଆଗଲପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଶିକ୍ଷକ ଅଭାବ ଓ ପାଠପଢା ବାଧାପ୍ରାପ୍ତ ହେଉଥିବା ବିଷୟରେ ଗାଁ ଲୋକେ ଓ ସ୍କୁଲ କମିଟି ଲେଖି ଜଣାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ସ୍କୁଲରେ ତାଲା ପକାଇଥିବା ଜଣାପଡିଛି। ଛାତ୍ରଛାତ୍ରୀଙ୍କ ପାଠପଢା ସ୍ୱାଭାବିକ କରିବା ପାଇଁ ଶିକ୍ଷକ ନିଯୁକ୍ତି ଦେବାକୁ ଗାଁ ଲୋକେ ଦାବି କରିଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories