www.samajalive.in
Wednesday, December 10, 2025
18.1 C
Bhubaneswar

ପ୍ରତିଶ୍ରୁତି ରଖିଲେ ବିଧାୟକ: ଲୋକକଳାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବାକୁ ଚିଠି

ବଲାଙ୍ଗିର: ବଲାଙ୍ଗିର କୋଶଳ କଳାମଣ୍ଡଳରେ ଦୁଲଦୁଲି କଳା ପରିଷଦ ପକ୍ଷରୁ ୩ ଦିନ ଧରି ଲୋକକଳା ଉତ୍ସବ ଆୟୋଜିତ ହୋଇଥିଲା। ଉଦଯାପନୀ ସନ୍ଧ୍ୟାରେ ଲୋଇସିଂହା ବିଜେପି ବିଧାୟକ ଡ.ମୁକେଶ ମହାଲିଙ୍ଗ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି, ବକ୍ତା ତଥା ସାଧାରଣ ଲୋକେ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ମତ ରଖିଥିଲେ। ବିଶେଷ କରି କଳାକାର ଭତ୍ତାରୁ ବହୁ କଳାକାର ବଞ୍ଚିତ ହେଉଥିବା ବେଳେ ଲୋକକଳା ବିଲୁପ୍ତ ପ୍ରାୟ। ଲୋକକଳାର ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ସହ ଗବେଷଣା ଜରୁରୀ ବୋଲି ମତପ୍ରକାଶ ପାଇଥିଲା। ବିଧାୟକ ଡ.ମହାଲିଙ୍ଗ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଆୟୋଜକ ଓ ଦର୍ଶକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଆଉ ବିଧାୟକ ଡ.ମହାଲିଙ୍ଗ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରରେ ଲୋକକଳାର ପୁନରୁଦ୍ଧାର ପାଇଁ ଲୋକକଳା ଉପରେ ସ୍ନାତକ ଓ ସ୍ନାତକୋତ୍ତର ସହ ଗବେଷଣାତ୍ମକ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ ସମୂହର କୁଳାଧିପତି ପ୍ରଫେସର ଗଣେଶୀଲାଲ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି। ସେହିପରି ଲୋକକଳା ଉତ୍ସବର ପ୍ରଥମ ଦିନରେ ଅତିଥି ଭାବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ର ଯୋଗଦେଇ ଲୋକକଳା ସଂପର୍କରେ ବକ୍ତବ୍ୟ ରଖିବା ସହ ଏହାକୁ କେମିତି ପାଠ୍ୟକ୍ରମରେ ସାମିଲ କରାଯିବ ସେଦିଗରେ ଉଦ୍ୟମ କରାଯିବ ବୋଲି ମତ ରଖିଥିଲେ। ତେଣୁ ତାଙ୍କ ଉଦ୍ଦେଶ୍ୟରେ ମଧ୍ୟ ବିଧାୟକ ଡ.ମହାଲିଙ୍ଗ ଚିଠି ଦେଇଥିବା ଜଣାପଡିଛି।

କେବଳ ବିଧାୟକଙ୍କ ମଧ୍ୟରେ ଏହାକୁ ସୀମିତ ରଖା ନଯାଉ। ଦଳମତ ନିର୍ବିଶେଷରେ ସମସ୍ତେ ଏହାର ଗୁରୁତ୍ୱ ଉପଲବ୍ଧି କରି ଦାବି ଉପସ୍ଥାପନ କରନ୍ତୁ। ବଲାଙ୍ଗିରର ବିଭିନ୍ନ ସାଂସ୍କୃତିକ, ସାମାଜିକ ସଂଗଠନ, ବ୍ୟକ୍ତିବିଶେଷ ଧ୍ୱଂସଭିମୁଖୀ ଲୋକକଳାର ସୁରକ୍ଷା ଓ ଲୁକ୍କାୟିତ କଳାର ପୁନରୁଦ୍ଧାର ଦିଗରେ ରାଜ୍ୟପାଳ, ରାଜ୍ୟ ସରକାର, ଉଚ୍ଚ ଶିକ୍ଷା ବିଭାଗ ସହ ବିଶ୍ୱବିଦ୍ୟାଳୟର କର୍ତୃପକ୍ଷଙ୍କ ନିକଟରେ ଦାବି କରାଯାଉ। ସଂଗଠିତ ଉଦ୍ୟମ ଦ୍ୱାରା ଲୋକକଳାକୁ ଜୀବନ୍ୟାସ ମିଳିବ ବୋଲି କଳାକାର ଓ ସାଧାରଣରେ ମତପ୍ରକାଶ ପାଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories