www.samajalive.in
Sunday, December 14, 2025
17.1 C
Bhubaneswar

ଶିକ୍ଷକଙ୍କୁ କନ୍ଧମାଳ ସାରସ୍ୱତ ପ୍ରତିଭା ସମ୍ମାନ

ଫୁଲବାଣୀ: ଦୀର୍ଘଦିନ ଧରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଶିକ୍ଷକତା କରୁଥିବା ଶିକ୍ଷକ ବିପିନ୍ ବିହାରୀ ସାହୁଙ୍କୁ ତାଙ୍କ ସାମଗ୍ରିକ ସାହିତ୍ୟ କୃତି ପାଇଁ ଜିଲ୍ଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ‘ବନଜ୍ୟୋସ୍ନା ସାହିତ୍ୟ ସଂସଦ’ ତରଫରୁ କନ୍ଧମାଳ ସାରସ୍ୱତ ପ୍ରତିଭା ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି । ଅନୁଷ୍ଠାନ ତରଫରୁ ଆୟୋଜିତ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡ଼. ବ୍ୟୋମକାଶ ତ୍ରିପାଠୀ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ।

ବଣ ପାହାଡ଼ ଘେରା କୋଟଗଡ ବ୍ଲକର ଅନତି ଦୂରରେ ଥିବା ଦୁର୍ଗମ ଅଞ୍ଚଳ ‘ପକାରୀ’ରେ ଶ୍ରୀ ସାହୁ କାର୍ଯ୍ୟରତ । ସକଳ ପ୍ରତିକୂଳ ପରିସ୍ଥିତିକୁ ଏଡେଇ ସେଇ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଏକ ଆତ୍ମିକ ପରିବେଶ ସୃଷ୍ଟି ପୂର୍ବକ ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ତାଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ । ଶିକ୍ଷାରେ ବିଭିନ୍ନ ପ୍ରକାର ପ୍ରୟୋଗ ବ୍ୟତୀତ ଗୋଷ୍ଠୀ ସହଭାଗିତାରେ ବିଦ୍ୟାଳୟରେ ସବୁଜ ବଳୟ ସୃଷ୍ଟି କରିବା, ବିଭିନ୍ନ ପ୍ରକାର ସରକାରୀ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀଙ୍କୁ ସଠିକ ମାର୍ଗଦର୍ଶନ ସହ ଏଥିପାଇଁ ସେମାନଙ୍କୁ ସହଯୋଗ କରିବା ସହ ଅନେକ ଗଠନମୂଳକ କାମରେ ନିଜକୁ ନିୟୋଜିତ କରିଛନ୍ତି ଶ୍ରୀ ସାହୁ । ଶିକ୍ଷା ବିଭାଗରେ କାର୍ୟ୍ୟ ସମ୍ପାଦନ କରିବା ସହ ସାହିତ୍ୟ ସାଧନାରେ ନିଜକୁ ତଲ୍ଲୀନ କରି ଆଧୁନିକ ପିଢ଼ିର ଜଣେ ଅଗ୍ରଣୀ ସାହିତ୍ୟିକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ତାଙ୍କ ରଚିତ ଅନେକ ସଚେତନଧର୍ମୀ ପ୍ରବନ୍ଧ ଓ ଗଳ୍ପ ସମୂହ ରାଜ୍ୟର ଅଗ୍ରଣୀ ଦୈନିକୀ ଓ ପତ୍ର ପତ୍ରିକା ମାନଙ୍କରେ ପ୍ରକାଶିତ ହେଇ ବେଶ୍ ପାଠକୀୟ ଆଦୃତି ଲାଭ କରିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories