ଜି.ଉଦୟଗିରି : ଚୋରାବାଲି ଚାଲାଣ ବେଳେ ଦୁଇଟି ଟ୍ରାକ୍ଟର ଠାରୁ ଜୋରିମାନା ଆଦାୟ କରାଯାଇଛି। ଆଜି ଜି.ଉଦୟଗିରି ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ଓ ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ବାଇଁ କୌଣସି କାର୍ଯ୍ୟର ତଦାରଖ କରିବାକୁ ଯାଇ ଫେରୁଥିବାବେଳେ କିରାମାହା ଠାରେ ବେଆଇନ ଭାବେ ବାଲି ଧରି ଯାଉଥିବା ଦୁଇଟି ଟ୍ରାକ୍ଟର ଠାରୁ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ତହସିଲଦାର ସୁଶ୍ରୀ ପ୍ରଧାନ ଏନେଇ ସୂଚନା ଦେଇଥିବା ବେଳେ ଆଗକୁ ମଧ୍ୟ ଏହି ପ୍ରକ୍ରିୟା କଡାକଡି କରାଯିବ ବୋଲି କହିଛନ୍ତି।
Popular Categories



