www.samajalive.in
Sunday, December 14, 2025
16.1 C
Bhubaneswar

ଦୂତି, ସ୍ବାଧୀନଙ୍କୁ ରୌପ୍ୟ ପଦକ

କଟକ : ବେଙ୍ଗାଲୁରୁରେ ଆୟୋଜିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ମହିଳା ୨୦୦ ମିଟର ଦୌଡ଼ରେ ଓଡ଼ିଶା ଦୂତି ଚାନ୍ଦ ଓ ପୁରୁଷ ହାଇଜମ୍ପରେ ସ୍ବାଧୀନ ମାଝୀ ରୌପ୍ୟ ପଦକ ଜିତିଛନ୍ତି। ଭାରତର ଶୀର୍ଷ ଧାବିକା ଦୂତି ୨୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିବେ ବୋଲି ଆଶା ଥିଲା। କିଟ୍ ବିଶ୍ବବିଦ୍ୟାଳୟକୁ ପ୍ରତିନିଧିତ୍ବ କରୁଥିବା ଦୂତି ୨୦୦ ମିଟର ଦୌଡ଼ ପ୍ରାରମ୍ଭରୁ ଅନ୍ୟ ଧାବିକାଙ୍କଠାରୁ ଆଗୁଆ ରହିଥିଲେ। ତେବେ ୧୦୦ ମିଟର ପରେ ଜୈନ୍‌ ମହାବିଦ୍ୟାଳୟକୁ ପ୍ରତିନିଧିତ୍ବ କରୁଥିବା ପ୍ରିୟା ମୋହନ ଚମତ୍କାର ପ୍ରଦର୍ଶନ କରିବା ସହ ଦୂତିଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଥିଲେ। ପ୍ରିୟା ମୋହନ ୨୩.୯୦ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିବା ଦୂତି ୨୪.୦୨ ସେକେଣ୍ଡ ସମୟ ନେଇ ରୌପ୍ୟ ଜିତିଛନ୍ତି। ରାଞ୍ଚି ବିଶ୍ବବିଦ୍ୟାଳୟର ଫ୍ଲୋରେନ୍‌ସ ବାର୍ଲା ୨୪.୧୩ ସେକେଣ୍ଡ ସହ କାଂସ୍ୟ ପଦକ ହାସଲ କରିଥିଲେ। ଦୂତି ଶନିବାର ଆୟୋଜିତ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି କ୍ରୀଡ଼ାରେ ଦୂତି ୨ୟ ପଦକ ହାସଲ କରିଛନ୍ତି। ଅନ୍ୟପକ୍ଷରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ସ୍ବାଧୀନ ମାଝୀ ପୁରୁଷ ହାଇଜମ୍ପରେ ରୌପ୍ୟ ପଦକ ଜିତିଛନ୍ତି। ସେ ଓଡ଼ିଶା ରିଲାଏନ୍‌ସ ଫାଉଣ୍ଡେସନ୍‌ ଦୌଡ଼କୁଦ ହାଇପର୍ଫମାନ୍‌ସ କେନ୍ଦ୍ରରେ ତାଲିମ ନେଉଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories