ବିଦ୍ୟୁତ ସଂସ୍ପର୍ଶରେ ଆସି ଛାତ୍ରଙ୍କ ମୃତ୍ୟୁ
କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଦନୁସାହିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଲିଙ୍ଗରାଜ ପୁଆଲ (୨୧) ।
ସୂଚନା ଅନୁଯାୟୀ ଦାନୁସାହିରେ ରାୟଗଡା ବ୍ଲକ ଦୁର୍ଗାପାଡୁ ଗାଁର ତିନିଜଣ ବାଳକ ଲିଙ୍ଗରାଜ ପୁଆଲ, ଭୀଷ୍ମ ପୁଆଲ ଓ ସଚିନ ପାଲକା ରହି ଦେବଗିରି ମହାବିଦ୍ୟାଳୟରେ ଅଧ୍ୟୟନ କରିଆସୁଥିଲେ । ଆଜି ସକାଳେ ଲିଙ୍ଗରାଜ ନିଜ ପୋଷାକ ସଫାକରି ଶୁଖାଇବା ପାଇଁ ଯାଇଥିଲେ । ପୋଷାକ ଶୁଖାଇବା ବେଳେ ସେହି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୂରକୁ ଛିଟକି ପଡିଥିଲେ। ଏହା ସାଙ୍ଗମାନେ ଦେଖି ସାହି ପଡିଶାକୁ ଡାକି ଲିଙ୍ଗରାଜକୁ ଉଦ୍ଧାର କରି ରୋଗୀ ବୁହା ଗାଡ଼ିରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସମ୍ୟରଞ୍ଜନ ଜେନା ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଗାପାଡୁ ଗାଁର ସୋମନାଥ ପୁଆଲାଙ୍କ ଜ୍ୟେଷ୍ଠ ପୁତ୍ର ଲିଙ୍ଗରାଜ ଦେବଗିରି ମହାବିଦ୍ୟାଳୟର ଯୁକ୍ତ ୩ ର ୨ୟ ବର୍ଷର ଛାତ୍ର ବୋଲି ଜଣାପଡିଛି । ଏହି ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ପୁଲିସକୁ ଯୋଗାଯୋଗ କରିଥିବା ଛାତ୍ର ଅନ୍ୟ ବ୍ଲକର ହୋଇଥିବାରୁ ସେହି ବ୍ଲକରେ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସ୍ଥାନୀୟ ପୁଲିସ ସୂଚନା ଦେଇଛନ୍ତି ।
Comments are closed.