www.samajalive.in
Monday, December 8, 2025
14.1 C
Bhubaneswar

ଭାରତରେ ପ୍ରଥମ ଘଟଣା; ୫୦ ଲକ୍ଷ ଲୋକଙ୍କୁ ମାରି ପାରୁଥିବା  ୯କିଲୋ ରାସାୟନିକ ଦ୍ରବ୍ୟ ଜବତ

ଭୋପାଳ . – ୫୦ ଲକ୍ଷ ଲୋକଙ୍କୁ ମାରିବା ପାଇଁ କ୍ଷମତା ରଖୁଥିବା ଏକ ରାସାୟନିକ ଦ୍ରବ୍ୟକୁ ମଧ୍ୟପ୍ରଦେଶ ରାଜସ୍ୱ ଅନୁସନ୍ଧାନ ନିର୍ଦ୍ଦେଶାଳୟ ବିଭାଗ ଜବତ କରିଛି।  ଏହି ଦ୍ରବ୍ୟଟି ହେଉଛି ସିନ୍ଥେଟିକ ଓପିଅଡ୍‌ ବା ଫେନେଟାଇଲ । ଆମେରିକା ସହ ଅନ୍ୟ ଦେଶରେ ଏହାକୁ ବେଆଇନ ଭାବେ ଅଧିକ ନିଶା ହେବା ପାଇଁ ହେରୋଇନ୍‌ ପରି ନିଶା ଦ୍ରବ୍ୟରେ ମିଶାଯାଇଥାଏ । ଅଧିକ ମାତ୍ରାରେ ସେବନ କଲେ ମୃତ୍ୟୁ ହେବାର ସମ୍ଭାବନା ରହିଛି । ଏହାକୁ  ଲୋକଙ୍କୁ ମାରିବା ପାଇଁ ବି ବ୍ୟବହାର କରାଯାଇ ପାରେ । ଏକ ବୁନ୍ଦା  ଯୋଗୁଁ ଗୋଟିଏ ଲୋକର ମୃତ୍ୟୁ ହୋଇ ପାରେ ।

କେବଳ ସେତିକି ନୁହେଁ ଫେଣ୍ଟାଇଲକୁ ରାସାୟନିକ ଅସ୍ତ୍ର ଭାବେ ବ୍ୟବହାର କରାଯାଇ  ପାରିବ ।  ଭାରତରେ ପ୍ରଥମଥର ପାଇଁ ଏପରି ରାସାୟନିକ ଦ୍ରବ୍ୟକୁ ଜବତ କରାଯାଇଛି । ବେଆଇନ ଭାବେ ଏହାକୁ ନିର୍ମାଣ କରାଯାଇଥିବା ଗବେଷଣାଗାରକୁ  ଜବତ କରାଯାଇଛି । ଏହି ଘଟଣାରେ ୨ ଜଣ ମେକ୍ସିକୋ ନାଗରିକଙ୍କୁ ଗିରଫ କରାଯାଇଛି । ଏହି ଗବେଷଣା ଗାରରେ ଚଢଉ ବେଳେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥାନର ବୈଜ୍ଞାନିକ ବି ସାମିଲ ଥିଲେ । ଏହି ଗବେଷଣା ଗାରକୁ ଜଣେ ସ୍ଥାନୀୟ ପିଏଚ୍‌ଡି ଓ ଡକ୍ଚର ଉପାଧିପ୍ରାପ୍ତ ବ୍ୟକ୍ତି ଚଳାଉଥିଲେ ।  ଏହାକୁ ଜବତ କରାଯିବା ପରେ ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କାରଣ କେବଳ ତାଲିମ ପାଇଥିବା ବୈଜ୍ଞାନିକମାନେ ଫେଣ୍ଟାଇଲ୍ ତିଆରି କରି ପାରିବେ । ଜବତ ହୋଇଥିବା ରାସାୟନିକ ଦ୍ରବ୍ୟର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୧୦୦ କୋଟି ଟଙ୍କା ହେବ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories