www.samajalive.in
Friday, December 12, 2025
16.1 C
Bhubaneswar

ରାଜସ୍ଥାନରେ ନୂଆ ଦଳ ଗଢିବେ ହନୁମାନ ବେନିୱାଲ, ତୃତୀୟ ସାମୁଖ୍ୟ ଗଠନ ପାଇଁ ପ୍ରୟାସ

ଜୟପୁର : ଚଳିତ ବର୍ଷ ଶେଷ ଆଡକୁ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ଜାତୀୟ ଓ ଅଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏବେଠାରୁ ରାଜସ୍ଥାନରେ ରାଜନୈତିକ ମାହୋଲ ସୃଷ୍ଟି ହେଲାଣି। ତେବେ ବିଜେପିର ପୂର୍ବତନ ବିଧାୟକ ତଥା ଜାଟ ସମ୍ପ୍ରଦାୟର ପ୍ରମୁଖ ନେତା ହନୁମାନ ବେନିୱାଲ ଏକ ନୂଆ ଦଳ ଗଢି ଏହି ନିର୍ବାଚନ ମଇଦାନକୁ ଓହ୍ଳାଇବେ ବୋଲି ଘୋଷଣା କରିଛନ୍ତି। କୁହାଯାଉଛି ବିଜେପି ଓ କଂଗ୍ରେସକୁ ଛାଡ଼ି ସମାନ ବିଚାରଧାରର ଅନ୍ୟ ଦଳଙ୍କୁ ନେଇ ସେ ଏକ ତୃତୀୟ ସାମୁଖ୍ୟ ଗଠନ ପାଇଁ ପ୍ରୟାସ କରୁଛନ୍ତି। ଖୁବଶୀଘ୍ର ନୂଆ ଦଳ ଗଠନ ନେଇ ଜୟପୁରରେ ଏକ ର‍୍ୟାଲିରେ ଘୋଷଣା କରାଯିବ ବୋଲି ବେନିୱାଲ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କୃଷକଙ୍କ ଅବସ୍ଥାକୁ ଦେଖି ଏକ ନୂଆ ଦଳ ଗଠନ ପାଇଁ ନିଷ୍ପତ୍ତି ନେଇଛୁ। ଆସନ୍ତା ମାସ ଦ୍ୱିତୀୟ ସପ୍ତାହରେ ଏନେଇ ବିଧିବଦ୍ଧ ଘୋଷଣା କରାଯିବ।
ଉଲ୍ଲେଖଯୋଗ୍ୟ ଯେ ୨୦୦୮ରେ ବେନିୱାଲ ବିଜେପି ଟିକେଟରୁ ଖିନଭିସାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୩ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତିଥିଲେ। ବେନିୱାଲ ନୂଆ ଦଳ ଗଠନ କଲେ ଏହା ରାଜ୍ୟରେ ଜାଟ ସମୂହଙ୍କ ଗଡ଼ କୁହାଯାଉଥିବା ନାଗୌର, ବିକାନେର, ସିକର ସମେତ ଶିଖାୱଟି ଭଳି ୫୦ଟି ଆସନରେ ଫଳାଫକୁ ପ୍ରଭାବିତ କରିବ ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିବା ବିଜେପିର ୩ ପୂର୍ବତନ ବଡ଼ନେତାଙ୍କ ମଧ୍ୟରୁ ବେନିୱାଲ ଜେଣେ। ଏହା ପୂର୍ବରୁ ବିଜେପିର ଦୁଇ ବରିଷ୍ଠ ନେତା ଘନଶ୍ୟାମ ତିୱାରୀ ଏଂ କିରୋଡ଼ି ଲାଲ ମିଣା ବିଦ୍ରୋହକୁ ଓହ୍ଲାଇଥିଲେ। କିରୋଡ଼ି ଲାଲ ପୁଣିଥରେ ବିଜେପିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି। ମାତ୍ର ଘନଶ୍ୟାମ ତିୱାରୀ ‘ଭାରତ ବାହିନୀ ପାର୍ଟି’ ଗଠନ କରି ବିଜେପିକୁ ନିର୍ବାଚନରେ ସାମ୍ନା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ନିକଟରେ ନାଗୌର, ବାଡ଼ମେର, ବିକାନେର ଏବଂ ସିକରରେ କୃଷକ ଶୋଭାଯାତ୍ରା କରି ବେନିୱାଲ ନିଜ ଶକ୍ତି ପ୍ରଦର୍ଶନ କରି ସାରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories