www.samajalive.in
Thursday, December 11, 2025
27.1 C
Bhubaneswar

କୁଜଙ୍ଗରେ ବିଜେଡି ମହିଳା ସମାବେଶ ଅନୁଷ୍ଠିତ

ପାରାଦୀପ : କୁଜଙ୍ଗ ବ୍ଲକ୍ ପଡିଆ ଠାରେ ବିଜେଡି ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି | ପାରାଦୀପ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଦଳରୁ ବହିସ୍କୃତ ହେବାପରେ ବିଜେଡି ଦଳର ଏହା କୁଜଙ୍ଗ ଠାରେ ପ୍ରଥମ ମହିଳା ସମାବେଶ | ଏଥିରେ ମହିଳା ବିଜେଡି ରାଜ୍ୟ ସଭାନେତ୍ରୀ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ପ୍ରତାପ ଜେନା, ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ, ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି, ବିଧାୟକ ଅତନୁ ସବ୍ୟସଚି ନାୟକ, ବିଧାୟକ ଦେବି ମିଶ୍ର, ସାଂସଦ କୁଳମଣୀ ସାମଲ, ପାରାଦୀପ ପୌରାଧକ୍ଷ ବସନ୍ତ ବିଶ୍ବାଳ ପ୍ରମୁଖ ଯୋଗ ଦେଇଥଲେ | ଏହି ସମାବେଶରେ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ | ତେବେ ଆଗାମି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଦଳ ପକ୍ଷରୁ ଏଭଳି ବିଶାଳ ମହିଳା ସମାବେଶ କରାଯାଇଥିବା ଜଣାପଡିଛି । ପୁର୍ବରୁ ଶୁଣା ଯାଉଥିବା ଦାମ ବାବୁଙ୍କୁ ବାଦ୍ ଦେଇ ଦଳ ସମାବେଶ କରିବାରେ ବିଫଳ ହେବାକଥା ଆଜିର ସମାବେଶକୁ ଦେଖିଲା ପରେ ଭୁଲ ପ୍ରମାଣିତ ହୋଇଛି | ତେବେ ଏହି ସମାବେଶରେ ଯୋଗ ଦେଇଥିବା ନେତୃତ୍ବ ମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକାରୀ ଯୋଜନା ଓ ସେଗୁଡିକର ଉପକାରିତା ସମ୍ପର୍କରେ ମହିଳା ମାନଙ୍କୁ ଅବଗତ କରାଇଥିଲେ | କୌଣସି ବ୍ୟକ୍ତି ବିଶେଷ ନୁହେଁ ବରଂ ବିଜେଡି ଦଳ , ନବୀନ ପଟ୍ଟନାୟକ ଓ ବିଜୁ ବାବୁଙ୍କୁ ଲୋକମାନେ ଭଲ ପାଆନ୍ତି ବୋଲି ଆଜିର ସମାବେଶର ଜନ ସମାଗମରୁ ତାହା ପ୍ରମାଣିତ ହୋଇଥିବା ବକ୍ତାମାନେ କହିଥିଲେ |

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories