ଜଗତସିଂହପୁର : ଜଗତସିଂହପୁର କଟକ-ପାରାଦୀପ ରାସ୍ତାର ତାରପୁର ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଶିଳ୍ପ ମନ୍ତ୍ରୀଙ୍କ ଏସ୍କର୍ଟ ଗାଡି ଧକ୍କାରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ବୃଦ୍ଧା ଜଣକ ରାସ୍ତା ପାର୍ ହେଉଥିବାବେଳେ ମନ୍ତ୍ରୀଙ୍କ ଏସକର୍ଟ ଗାଡିଟି ତାଙ୍କୁ ଧକ୍କା ଦେଇଥିଲା। ବୃଦ୍ଧା ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ପୁଲିସ୍ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।
Popular Categories



