ଗାନ୍ଧୀ ଜୟନ୍ତୀରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପାଇଁ ପ୍ରସ୍ତୁତି ବୈଠକ

0

ମୋହନା : ସ୍ଥାନୀୟ ମା ତାରିଣୀ ମନ୍ଦିର ପରିସରରେ ଶିକ୍ଷକ, ଅଧ୍ୟାପକ ଓ ମିଳିତ ମଞ୍ଚ କର୍ମଚାରୀ ସଂଘ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଦିନ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଘଟିକା ଅନସନ ଓ ଶାନ୍ତିପୁର୍ଣ୍ଣ ଧାରଣା ଦିଆଯିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମିଳିତ ମଞ୍ଚ ମୋହନା ବ୍ଲକର ସଭାପତି ଅଧ୍ୟାପକ ଭଗବାନ ବିଷୋୟୀ ଅଧ୍ୟକ୍ଷତା କରିଥିଲେ। ଅନ୍ତତଃ ପ୍ରତ୍ୟେକ ଅନୁଷ୍ଠାନର ୩ ଜଣ ଲେଖାଏଁ ସଭ୍ୟ ଧାରଣାରେ ଉପସ୍ଥିତ ରହିବା ପାଇଁ ଧାର୍ଯ୍ୟ ହୋଇଥିବା ଅଧ୍ୟାପକ ବିଷୋୟୀ କହିଥିଲେ। ବୈଠକରେ ମିଳିତ ମଞ୍ଚ ମୋହନା ବ୍ଳକ ସମ୍ପାଦକ ଅଧ୍ୟାପକ ଚିତରଞ୍ଜନ ପଣ୍ଡା, ଉପସଭାପତି ପ୍ରଦିପ୍ତ ସଡଙ୍ଗି, ସହ ସମ୍ପାଦକ ବାପୁଜୀ ପଟ୍ଟନାୟକ ଆଦି ବହୁ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅଧ୍ୟାପକମାନେ ଯୋଗ ଦେଇଥିଲେ।

Leave A Reply