www.samajalive.in
Sunday, December 14, 2025
16.1 C
Bhubaneswar

ନାସା ଯିବେ ଓଡ଼ିଶା ଝିଅ

ବାଲେଶ୍ୱର : ନାସା ଯିବେ ଓଡ଼ିଶା ଝିଅ। ୯ ଦିନ ପାଇଁ ନାସା ଟ୍ରିପରେ ଯିବେ ବାଲେଶ୍ୱର ଗୋପାଳ ଗାଁ’ର ଦୀକ୍ଷା ଗୁପ୍ତା । ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ ପକ୍ଷରୁ ହେବାକୁ ଥିବା ଏକ ଅନ୍ତର୍ଜାତୀୟ ସମ୍ମିଳନୀ ପାଇଁ ଦୀକ୍ଷା ଗୁପ୍ତା ମନୋନୀତ ହୋଇଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ ଜିଲାରେ ଖୁସିର ଲହରୀ ଖେଳିଯାଇଛି ।

ତେବେ ସେଣ୍ଟ୍‍ ଭିନସେଣ୍ଟ୍‍ କନଭେଣ୍ଟ୍‍ ସ୍କୁଲର ନବମ ଶ୍ରେଣୀର ଛାତ୍ରୀ ଦୀକ୍ଷା ବାଲେଶ୍ୱର ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି । ‘ଗୋ ଫର ଗୁରୁ’ ଏକ ଅନଲାଇନ ସାଇଟରେ ‘ଇଫ ୟୁ ହେଡ ମିଟ ଆନ ଏଲିଏନ ଇନ ମାର୍ସ’ ପ୍ରବନ୍ଧ ପ୍ରତିଯୋଗିତାରେ ଦୀକ୍ଷା ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ୬ଟି ଦେଶର ଛାତ୍ରଛାତ୍ରୀମାନେ ଭାଗନେଇଥିଲେ। ସେଥିମଧ୍ୟରୁ ଦୀକ୍ଷା ମନୋନୀତ ହୋଇ ୯ ଦିନିଆ ନାସା ଟ୍ରିପ ଯିବା ପାଇଁ ନାସା ପକ୍ଷରୁ ମନୋନୀତ ହୋଇଛନ୍ତି।

- Advertisement -

ନଭେମ୍ବର ୮ରେ ସେ ୯ ଦିନ ପାଇଁ ନାସା ଯିବେ। ସେଠାରେ ଆନ୍ତର୍ଜାତୀୟ ସମ୍ମିଳନୀରେ ସ୍ପେସ ଏଷ୍ଟ୍ରୋନଟ୍‍ମାନଙ୍କ ସହ ଆଲୋଚନା ଓ ପ୍ରତିଯୋଗିତା ହେବ। ସେଥିରେ ଟପ୍‍ ଫାଇଭରେ ମନୋନୀତ ହେଲେ ନାସାରେ ମାଗାଣାରେ ପାଠ ପଢିବାର ସୁଯୋଗ ମିଳିବ ବୋଲି ଦୀକ୍ଷା ଗୁପ୍ତା କହିଛନ୍ତି ।
ଏହି ପ୍ରତିଯୋଗୀତାରେ ୬ଟି ଦେଶ ଯଥା ଜାପାନ, ଇଣ୍ଡୋନେସିଆ, ମାଲେସିଆ, ଚାଇନା, କୁଏତ ଏବଂ ଭାରତର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। କେବଳ ଭାରତରୁ ବିଭିନ୍ନ ସ୍କୁଲରୁ ୩ ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଭାରତର ତାମିଲନାଡୁ ଓ ରାଜସ୍ଥାନରୁ ଦୁଇ ଜଣ ମନୋନୀତ ହୋଇଥିବା ବେଳେ ଓଡିଶାରୁ କେବଳ ଦୀକ୍ଷା ମନୋନୀତ ହୋଇଛନ୍ତି । ଭବିଷ୍ୟତରେ ମେଡିକାଲ ରିସର୍ଚ୍ଚ କ୍ଷେତ୍ରରେ ଯିବାକୁ ଚାହାନ୍ତି ବୋଲି ଦୀକ୍ଷା କହିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories