www.samajalive.in
Saturday, December 6, 2025
15.1 C
Bhubaneswar

ଆର୍ଥିକ ସଙ୍କଟ ଦୂର କରିବାକୁ ଚୀନ୍‍ର ସହାୟତା ନେବ ପାକିସ୍ତାନ

ଇସଲାମାବାଦ: ଗୁରୁତର ଆର୍ଥିିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଶେଷରେ ଚୀନର ସହାୟତା ନେଇପାରେ। ଏହାର ପ୍ରାଥମିକ ପଦକ୍ଷେପ ସ୍ୱରୂପ ଦୀର୍ଘ ବର୍ଷ ଧରି ଅନୁମତି ଅପେକ୍ଷାରେ ଥିବା ଚୀନ୍‍ର ସିଲ୍କ ରୋଡ୍‍ ପ୍ରକଳ୍ପକୁ ପାକିସ୍ତାନ ସମର୍ଥନ ଓ ସହଯୋଗ କରିବ ବୋଲି ସୂଚନା ମିଳିଛି।
କରାଚିର ମୋଟ୍ରୋପଲିସ୍‍ ଉପକୂଳରୁ ପେଶୱାରର ଉତ୍ତରପଶ୍ଚିମ ଅଞ୍ଚଳକୁ ରେଳ ସଂଯୋଗ ଚୀନ୍‍ର ସିଲ୍କ ରୋଡ୍‍ ପ୍ରକଳ୍ପର ପ୍ରମୁଖ ଅଂଶ ଭାବେ ପରିଗଣିତ ହେଉଛି। କିନ୍ତୁ ଏହି ମେଗା ପ୍ରକଳ୍ପ ପାଇଁ ପାକିସ୍ତାନ ବହୁ ଦିନରୁ ସମର୍ଥନ ଦେଉ ନଥିଲା। ଇମ୍ରାନ୍‍ ଖାନ୍‍ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେବା ପରେ ଏହି ପ୍ରକଳ୍ପକୁ ସବୁଜ ସଙ୍କେତ ଦେବାକୁ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, କେବଳ ପାକିସ୍ତାନ ନୁହେଁ ଋଣ ଭାରରେ ବୁଡ଼ି ରହିଥିବା ଶ୍ରୀଲଙ୍କା, ମାଲେସିଆ ଓ ମାଲଦ୍ୱୀପକୁ ଚୀନ୍‍ କୂଟନୈତିକ ସ୍ତରରେ କବ୍‍ଜା କରିବାକୁ ଚେଷ୍ଟା କରୁଛି। ପ୍ରଥମେ ସେହି ସବୁ ଦେଶରେ ବିଭିନ୍ନ ଲୋଭନୀୟ ପ୍ରକଳ୍ପ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପରେ ଉଭୟ ଆଭ୍ୟନ୍ତରୀଣ ଓ ବହିର୍ବ୍ୟାପାରରେ ନିଜ କର୍ତ୍ତୃତ୍ୱ ଜାହିର କରିବାକୁ ଚେଷ୍ଟା କରୁଛି। ଏବେ ପାକିସ୍ତାନ ପାଖରେ ଚୀନ୍‍ର ସମସ୍ତ ସର୍ତ୍ତ ମାନିନେବା ବ୍ୟତୀତ ଆଉ କୌଣସି ବିକଳ୍ପ ନଥିବା କୂଟନୀତିଜ୍ଞମାନେ କହିଛନ୍ତି।
ଆତଙ୍କବାଦର ମୁକାବିଲା ପାଇଁ ପାକିସ୍ତାନକୁ ଆମେରିକା ଦେଉଥିବା ସହାୟତା ରାଶି ବନ୍ଦ ଘୋଷଣା ପରେ ପାକିସ୍ତାନ ଚୀନ୍‍ ମୁହାଁ ହେବାର ଆଉ ଏକ କାରଣ ବୋଲି କୂଟନୀତିଜ୍ଞମାନେ କହିଛନ୍ତି। ସିଲ୍କ ରୋଡ୍‍ ବ୍ୟତୀତ ଚାଇନା-ପାକିସ୍ତାନ ଇକନୋମିକ କରିଡର ନାମରେ ପାକିସ୍ତାନରେ ଚୀନ୍‍ ଆଉ ଏକ ବୃହତ୍‍ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛି। ଏହି ପ୍ରକଳ୍ପ ପାଇଁ ଚୀନ୍‍ ୬୦ ବିଲିୟନ ଡଲାର ଖର୍ଚ୍ଚ କରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories