www.samajalive.in
Sunday, December 14, 2025
23.1 C
Bhubaneswar

ମହିଳା ଏସଏଚଜିଙ୍କୁ ସହାୟତା ବଣ୍ଟନ

ଆଠଗଡ: ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବୁଧବାର ଅପରାହ୍ନରେ ବିଭିନ୍ନ ପଞ୍ଚାୟତର ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ କମ୍‍ ସୁଧହାରରେ ଋଣ ଏବଂ ଅନ୍ୟାନ୍ୟ ସହାୟତା ରାଶି ଓ ଅଙ୍ଗନବାଡି କେନ୍ଦ୍ରକୁ ଉପକରଣ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ମିଶନଶକ୍ତି ବିଭାଗ ଜରିଆରେ ଆର୍ôଥକ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଓଡିଶା ଜୀବିକା ମିଶନ ମାଧ୍ୟମରେ ରାଧାକିଶୋରପୁର, ଯୋରନ୍ଦା, ସମସରପୁର, ଇଚ୍ଛାପୁର ଆଦି ୪ଟି ପଞ୍ଚାୟତର ୧୨୦ଟି ଏସଏଚଜି ଦଳକୁ ୫୦ହଜାର ଟଙ୍କା ଲେଖାଏଁ ୧ପ୍ରତିଶତ ସୁଧହାରରେ ମୋଟ ୬୦ଲକ୍ଷ ଟଙ୍କାର ଋଣ ସହାୟତା ବଣ୍ଟନ କରିଥିଲେ। ଏଥି ସହିତ ୧୦ଟି ଏସଏଚଜି ଗୃପ ୧.୧୫ଲକ୍ଷ ଟଙ୍କା ଲେଖାଏଁ ଛେଳିପାଳନ ପାଇଁ ଋଣ ସହାୟତା ବଣ୍ଟନ କରିଥିଲେ।

ଏତଦ୍‍ଭିନ୍ନ ୨୩୭ଟି ଅଙ୍ଗନବାଡି କେନ୍ଦ୍ରକୁ ୧୫ଟି ଲେଖାଏଁ ଚୌକି, ୮ଟି ଲେଖାଏଁ ଟେବୁଲ ଓ ୧ଟି ଲେଖାଏଁ ୱାଟର ଫିଲଟର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ବେହେରା, ସଦସ୍ୟ ବଳଭଦ୍ର ବାଘ, ସିଡିପିଓ ରିତାଞ୍ଜଳି ପ୍ରଧାନ, ମିଶନଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ଚିତ୍ତ ରଞ୍ଜନ ବଳିଆରସିଂହଙ୍କ ସମେତ ଓଡିଶା ଜୀବିକା ମିଶନର ସଂଯୋଜକ ଓ ବ୍ଲକ କର୍ମଚାରୀ ଯୋଗଦାନ କରିଥିଲେ।

Hot this week

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

Related Articles

Popular Categories