www.samajalive.in
Sunday, December 14, 2025
23.1 C
Bhubaneswar

ଆଠଗଡ କଲେଜ +୨ ପରୀକ୍ଷା ପ୍ରଶ୍ନପତ୍ର ହବ୍‍

ଆଠଗଡ: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତବର୍ଷର +୨ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜ ମୋଟ ୬ଟି କଲେଜର ପରୀକ୍ଷା ପ୍ରଶ୍ନପତ୍ରର ସଂରକ୍ଷଣ ଓ ଯୋଗାଣ ପାଇଁ ହବ୍‍ ହୋଇଛି। ଗୋପବନ୍ଧୁ ବିଜ୍ଞାନ କଲେଜର କଳାରେ ୨୪୯, ବିଜ୍ଞାନରେ ୧୧୨ ଓ ବାଣିଜ୍ୟରେ ୨୦ପରୀକ୍ଷାର୍ଥୀ ରହିଥିବାବେଳେ ଗୋପବନ୍ଧୁ କନିଷ୍ଠ ମହିଳା କଲେଜର କଳାରେ ୧୮୧, କଖଡି କଲେଜର କଳାରେ ୨୬୮, ତିଗିରିଆ ପିପି ଦେବ କଲେଜରେ କଳାରେ ୨୫୫ ଓ ବିଜ୍ଞାନରେ ୧୨, ତିଗିରିଆର କଳିଙ୍ଗ ମହିଳା କଲେଜରେ କଳାର ୧୬୭ ଏବଂ ସରଣ୍ଡାସ୍ଥିତ ଅଂଶୁପା ଉଚ୍ଚମାଧ୍ୟମିକ ବିଦ୍ୟାପୀଠରେ କଳାର ୧୮୩ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଗୋପବନ୍ଧୁ ବିଜ୍ଞାନ କଲେଜ ହବ୍‍ରେ କଡା ପୁଲିସ ସୁରକ୍ଷା ମଧ୍ୟରେ ରଖାଯାଇଛି।

ଏଠାରୁ ପ୍ରତ୍ୟେହ ୨ଟି ଗାଡିରେ ସକାଳ ୭ଟାରେ ପ୍ରଶ୍ନପତ୍ରଗୁଡିକୁ ପୁଲିସ ସୁରକ୍ଷା ମଧ୍ୟରେ ବିଭିନ୍ନ କଲେଜକୁ ପଠାଯାଉଥିବା ହବ୍‍ ସୁପରଭାଇଜର ତଥା ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ଓ ସହକାରୀ ସୁପରଭାଇଜର ଅଧ୍ୟାପକ ଡଃ ଦେବାଶିଷ ପଟ୍ଟନାୟକଙ୍କ ସୁତ୍ରରୁ ପ୍ରକାଶ। ଗୁରୁବାର +୨ ମାତୃଭାଷା ପରୀକ୍ଷା ଥିବାବେଳେ ଆଠଗଡ ଗୋପବନ୍ଧୁ ବିଜ୍ଞାନ କଲେଜର ୨୪୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ତେବେ ପରୀକ୍ଷା ସମୟରେ ଅଧଘଣ୍ଟା ଲେଖାଏଁ ୨ଥର ମୋଟ ଘଣ୍ଟାଏ ବିଦ୍ୟୁତ୍‍ କାଟ ହେବାରୁ ପ୍ରବଳ ଗରମ ଓ ଗୁଳୁଗୁଳିରେ ୨ଜଣ ଛାତ୍ରୀ ସଂଜ୍ଞାହୀନ ହୋଇପଡିଥିଲେ। ସେମାନଙ୍କୁ ପାଣି ଦେବା ପରେ ପୃଥକ ଭାବେ ବାହାରେ ତଳେ ବସାଇ ପରୀକ୍ଷା ଦେବାପାଇଁ ବ୍ୟବସ୍ଥା କରାଯାଇଥିଲା।

Hot this week

କଟକରେ ପହଞ୍ଚିଲେ ମୁଖ୍ୟ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories