www.samajalive.in
Sunday, December 14, 2025
26.1 C
Bhubaneswar

+୨ ପରୀକ୍ଷା ବେଳେ ଜଣେ ଅଧ୍ୟାପିକା ଓ ୨ ଛାତ୍ରୀ ବେହୋସ

ଆଠଗଡ: ଗୋପବନ୍ଧୁ କନିଷ୍ଠ ମହିଳା କଲେଜରେ ଗୁରୁବାର +୨ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନ ୧୭୯ ନିୟମିତ ଓ ୨ଜଣ ଏକ୍ସରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷା ସମୟରେ ଏକଘଣ୍ଟା ବିଦ୍ୟୁତ୍‍ କାଟ ହେବାରୁ ଅଧ୍ୟାପିକା ନିର୍ଯ୍ୟାସୀ ବଳବନ୍ତରାୟ ଓ ୨ଜଣ ପରୀକ୍ଷାର୍ଥୀ ବେହୋସ ହୋଇପଡିଥିଲେ। ସେମାନଙ୍କୁ ପାଣି ଦେଇ ହୋସ ଆସିବା ପରେ ପଙ୍ଖାତଳେ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା କେନ୍ଦ୍ର ଅଧିକ୍ଷକ ତଥା ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ପ୍ରକାଶ କରିଛନ୍ତି। ଗୋପବନ୍ଧୁ ବିଜ୍ଞାନ କଲେଜର ବରିଷ୍ଠ ଅଧ୍ୟାପିକା ରତ୍ନମଞ୍ଜରୀ ରାଉତ ଓ ବ୍ଲକର ସହକାରୀ ମତ୍ସ ପାଳନ ଅଧିକାରୀ ଅଶୋକ କୁମାର ମଲ୍ଲିକ ପର୍ଯ୍ୟବେକ୍ଷକ ଭାବେ ମହିଳା କଲେଜରେ ପରୀକ୍ଷା ପରିଚାଳନାର ତଦାରଖ କରୁଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories