www.samajalive.in
Sunday, December 14, 2025
15.1 C
Bhubaneswar

ଉତ୍ତର ପ୍ରଦେଶର ୬୦୦୦ ଧର୍ମପୀଠରୁ ମାଇକ୍‌ ହଟିଲା

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ସରକାର ଧର୍ମପୀଠରେ ମାଇକ୍‌ ବଜାଇବା ଉପରେ କଟକଣା ଜାରି କରିବାର ମାତ୍ର ତିନି ଦିନ ମଧ୍ୟରେ ୬୦୩୧ଟି ଧର୍ମପୀଠରୁ ମାଇକ୍‌ ପ୍ରତ୍ୟାହାର ହୋଇଛି ଓ ୨୯ହଜାର ୬୭୪ଟି ସ୍ଥାନରେ ଶବ୍ଦ ହ୍ରାସ କରାଯାଇଛି। ଚଳିତ ମାସ ୩୦ ସୁଦ୍ଧା ସରକାର କେଉଁ ସ୍ଥାନରେ ମାଇକ୍‌ର ଶବ୍ଦ ଧାର୍ଯ୍ୟ ସ୍ତରଠାରୁ ଅଧିକ ହେଉଛି ସେ ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି। ବିନାନୁମତିରେ କୌଣସିଠାରୁ ନୂଆ କରି ମାଇକ୍‌ ଲଗାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦେଶ ଦେଇଛନ୍ତି। ଜନସାଧାରଣ ଧର୍ମପୀଠରୁ ମାଇକ୍‌ ହଟାଇବା ଓ ଶବ୍ଦ ହ୍ରାସ କରିବାରେ ସ୍ବତଃସ୍ଫୂର୍ତ୍ତ ସହଯୋଗ କରୁଥିବା କହିଛନ୍ତି ଅତିରିକ୍ତ ପୁଲିସ ମହାନିର୍ଦେଶକ ପ୍ରଶାନ୍ତ କୁମାର। ତାଙ୍କ ସୂଚନାନୁଯାୟୀ, ଆଗ୍ରା ଅଞ୍ଚଳରେ ବେଆଇନ ଭାବେ ଲଗାଯାଇଥିବା ୩୦ଟି ମାଇକ୍‌ ହଟାଇ ଦିଆଯାଇଥିବାବେଳେ ୯୦୫ ମାଇକ୍‌ର ଶବ୍ଦ ହ୍ରାସ କରାଯାଇଛି। ସେହିପରି ମିରଟ ଅଞ୍ଚଳରୁ ୧୨୧୫, ବରେଲୀ ଅଞ୍ଚଳରୁ ୧୦୭୦, ଲକ୍ଷ୍ନୌ ଅଞ୍ଚଳରୁ ୯୧୨, କାନପୁର ଅଞ୍ଚଳରୁ ୧୦୫୬, ବାରଣାସୀ ଅଞ୍ଚଳରୁ ୧୩୬୬ ମାଇକ୍‌ ପ୍ରତ୍ୟାହୃତ ହୋଇଛି। ସମ୍ପ୍ରତି ରମଜାନ୍‌ ଓ ଅନ୍ୟ ଧାର୍ମିକ ଉତ୍ସବ ରହିଥିବାରୁ ପ୍ରଶାସନ ମାଇକ୍‌ ବଜାଇବା ନେଇ ବିଭିନ୍ନ ଧର୍ମର ୩୭ହଜାର ୩୪୪ ମୁଖ୍ୟଙ୍କ ସହିତ ଆଲୋଚନା କରିଛି। ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ ମସ୍‌ଜିଦରେ ମାଇକ୍‌ ବାଜିବା ନେଇ ବିବାଦ ଲାଗି ରହିଥିବାବେଳେ ଉତ୍ତର ପ୍ରଦେଶ ସରକାର ଏ ଦିଗରେ ଆଗୁଆ ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ରର ନାସିକରେ ପୁଲିସ ମାଇକ୍‌ ବଜାଇବା ଉପରେ କଟକଣା ଜାରି କରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories