www.samajalive.in
Sunday, December 14, 2025
23.1 C
Bhubaneswar

୬ଭରିରୁ ଅଧିକ ସୁନା ଲୁଟ ; ଧାମନଗର ଥାନାରେ ଲିଖିତ ଅଭିଯୋଗ

ସୁନା ଅଳଙ୍କାର ସଫା କରିବା ସହ ବଦଳ କରି ନୂଆ ସୁନା ଦିଆଯିବ ବୋଲି କହି ନେଇଗଲେ ୬ ଭରିରୁ ଅଧିକ ଓଜନର ସୁନା ଅଳଙ୍କାର । ଭଦ୍ରକ ଜିଲ୍ଲା ଧାମନଗର ଥାନା ଗୁହାଳିଆ ଛକ ନିକଟରେ ଏମିତି ଘଟଣା ସାମ୍ନାକୁ ଆସିଛି। ଶରତ ପାଢ଼ୀଙ୍କ ଘରେ ଥିବା ମହିଳାଙ୍କୁ ଦୁଇ ଜଣ ଯୁବକ ସୁନା ସଫା କରିବା ପାଇଁ କହିଥିଲେ। ଘରର ଗେଟ ବାହାରେ ବାଇକ ରଖି ଦୁଇ ଜଣ ଯୁବକ ଘର ଭିତରେ ସମସ୍ତ ଅଳଙ୍କାର ସଫା କରିବା ପାଇଁ କହିଥିଲେ। କିଛି ସମୟ ପରେ ଅଳଙ୍କାର ସଫା କରି ଏକ ପଲିଥିନରେ ରଖିଥିଲେ ଓ ଅଧ ଘଣ୍ଟା ପରେ ଖୋଲିବା ପାଇଁ କହି ପଳାଇଥିଲେ। ତେବେ ଘରର ପୁରୁଷ ସଦସ୍ୟ ଏହି ବିଷୟ ରେ ଜାଣିବା ପରେ ପଲିଥିନ ଖୋଲିବାରୁ ଭିତରେ ଲାଲ ରଙ୍ଗର ପାଉଡର ଥିବା ଦେଖଥିଲେ। ପରେ ଯୁବକଙ୍କୁ ଖୋଜିବାରୁ ସେମାନେ ପଳାଇଯାଇଥିବା ଦେଖିଥିଲେ। ତେବେ ଏ ନେଇ ଧାମନଗର ଥାନା ରେ ଲିଖିତ ଅଭିଯୋଗ ହୋଇଛି। କିନ୍ତୁ ତେବେ ଲୁଟ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories