www.samajalive.in
Monday, December 15, 2025
16.1 C
Bhubaneswar

ବିଡ଼ିଓଙ୍କ ଫତୱା ଜାରି, ପଞ୍ଚାୟତ ସମିତି ବୈଠକକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ

ପାଟଣା: କେନ୍ଦୁଝର ଜିଲା ସାହାରପଡା ବ୍ଲକ ସଭାଗୃହରେ ବୁଧବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ, ଏବିଡ଼ିଓ କୁସୁମଲତା ସାହୁ, ବ୍ଲକ ଅଧ୍ୟକ୍ଷା ରୀନା ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁ, ସହକାରୀ ଯନ୍ତ୍ରୀ ଇଂ ଅଜୟ କୁମାର ସାହୁ ଓ ଏବିଓ ଦୀପକ କୁମାର ବେହେରା ସମେତ ଜିଲାପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ଼, ସଦସ୍ୟା ଚମ୍ପାବତୀ ଟୁଡୁଙ୍କ ସମେତ ବ୍ଲକର ୨୦ଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ବିଭିନ୍ନ ସମସ୍ୟା ସମେତ ଅଧପନ୍ତରିଆ ରହିଥିବା ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା। ତେବେ ଏହି ବୈଠକର ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଡ଼ିଓ ଲମ୍ବୋଧର ଖୁଣ୍ଟିଆ ଦୁର୍ବ୍ୟବହାର କରିବା ସହ ସମସ୍ତଙ୍କ ଉପସ୍ଥିତିରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଭାଗୃହରୁ ସାମ୍ବାଦିକମାନଙ୍କୁ ଚାଲିଯିବାକୁ କହିଥିଲେ। ଫଳରେ ଗଣମାଧ୍ୟମ ପ୍ରତିନିଧିମାନେ ସଭାଗୃହ ସମ୍ମୁଖରେ ଧାରଣାରେ ବସି ବିଡ଼ିଓଙ୍କ ଦୁର୍ବ୍ୟବହାରର ପ୍ରତିବାଦ କରିଥିଲେ। ତେବେ ଏଥିରେ କୋୖଣସି ସମାଧାନର ବାଟ ବାହାରି ନଥିବା ବେଳେ ବିଡ଼ିଓଙ୍କ ଵିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ବିଧାୟକଙ୍କୁ ଜଣାଇଛନ୍ତି ।

- Advertisement -

ଅନ୍ୟପଟେ ପଞ୍ଚାୟତ ସମିତି ବୈଠକ ନାଁରେ ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ ବ୍ଲକ ପରିସରରେ ଭୋଜି ଭାତର ଆସର ଜମେଇ ପଞ୍ଚାୟତ ସମିତି ବୈଠକ କରୁଥିବା ଅଭିଯୋଗ ହୋଇଛି। ସାହରପଡା ବିଡିଓ ଲମ୍ବୋଦର ଖୁଣ୍ଟିଆ ପୂର୍ବରୁ ଅନେକ ବିବାଦୀୟ କାର୍ଯ୍ୟରେ ଲିପ୍ତ ଥିବା ସହ ବ୍ଲକର ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରୁଥିବା ଅଭିଯୋଗ ହୋଇଛି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories