www.samajalive.in
Sunday, December 14, 2025
14.1 C
Bhubaneswar

ପଦଯାତ୍ରା ବେଳେ ଟମାଟୋ ମାଡ

ପୁରୀ – ଭୁବନେଶ୍ୱରର ତଥା ବିଜେପି ସାସଂଦ ଅପରାଜିତା ଷଡଙ୍ଗୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ତଥାକଥିତ ପଦଯାତ୍ରା କରୁଥିବା ବେଳେ ଟମାଟୋ ମାଡ ହୋଇଛି । କଂଗ୍ରେସର ଜଣେ କର୍ମୀ ପଦଯାତ୍ରା ସମୟରେ ଟମାଟୋ ମାଡ କରି ସେହି ସ୍ଥାନର ଦୌଡି ପଳାଉଥିବା ଦେଖିବା ପାଇଁ ମିଳିଛି ।

ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଷଡଙ୍ଗୀ ତାଙ୍କ ସମର୍ଥକଙ୍କ ଗହଣରେ ଯାଉଥିବା ବେଳେ ଏହି ବ୍ୟକ୍ତି ଜଣଙ୍କ ଟମାଟୋ ମାଡ କରିଥିଲେ । ଏହା ପୂର୍ବରୁ ଅପରାଜିତ ଷଡଙ୍ଗୀ ଭୁବନେଶ୍ୱରରୁ ପୁରୀ ଆସୁଥିବା ବେଳେ ବାଟରେ ତାଙ୍କୁ ପୁଲିସ ଅଟକାଇଥିଲା । ପରେ ବିନା ସମର୍ଥକରେ ତାଙ୍କୁ ପୁରୀକୁ ଯିବା ପାଇଁ କୁହାଯାଇଥିଲା । ଅପରାଜିତା ତାଙ୍କ ସମର୍ଥକଙ୍କ ସହ ଶ୍ରୀମନ୍ଦିରକୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଯାଉଛନ୍ତି ବୋଲି କହିଥିଲେ । ଏହାପରେ ସେ ଚାଲି ଚାଲି ସମର୍ଥକଙ୍କ ଗହଣରେ ଶ୍ରୀମନ୍ଦିର ଯାଇଥିବା ବେଳେ ସରକାରଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସମାଲୋଚନା କରିବା ସହ ଏଥିପାଇଁ ସରକାର କିଛି ଲୁଚାଉଛନ୍ତି ବୋଲି କହିଥିଲେ ।

- Advertisement -

ବିଜେଡି ପକ୍ଷରୁ ଅପରାଜିତାଙ୍କ ପଦଯାତ୍ରାକୁ ବେଆଇନ କୁହାଯିବ ସହ ଲୋକ ତଥା ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକ୍ଳପ କରାଯାଉଥିବା କୁହାଯାଇଛି । ସମସ୍ତଙ୍କ ସାମ୍ନାରେ କାର୍ଯ୍ୟ ଚାଲିଛି । ଏହା ସମ୍ପୂର୍ଣ୍ଣ ହେଲେ ଭକ୍ତ ଓ ଦର୍ଶନାର୍ଥୀ ଉପକୃତ ହେବେ ବୋଲି କୁହାଯାଇଛି । ରାଜନୀତି କରିବା ପାଇଁ ସେ ଏପରି ବିକାଶ ମୂଳକ କାର୍ଯ୍ୟକୁ ବିରୋଧ କରୁଥିବା ବିଜେଡି ରାଜ୍ୟସଭା ସାସଂଦ ମୁନ୍ନାଖାନ୍‌ କହିଛନ୍ତି ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories