www.samajalive.in
Thursday, December 11, 2025
14.1 C
Bhubaneswar

କଳା ଓ ଖେଳ ଶିକ୍ଷକ ଆଶାୟୀ ନିରାଶ, ବିକ୍ଷୋଭ ପ୍ରଦର୍ଶନ -୨ ବର୍ଷ ପରେ ବି ଯୋଗ୍ୟ ତାଲିକା ପ୍ରକାଶ ପାଉନି

ବଲାଙ୍ଗିର, -ବଲାଙ୍ଗିର ଜିଲାର କଳା ଓ ଖେଳ ଶିକ୍ଷକ ମହାସଂଘ ପକ୍ଷରୁ ଜିଲା ପ୍ରକଳ୍ପ କାର୍ଯ୍ୟାଳୟରେ କଳା ଓ ଖେଳ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ଯୁବକ ଯୁବତୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ୨ ବର୍ଷ ହେଲା ସେମାନେ କଳା ଓ ଖେଳ ଶିକ୍ଷକ ପାଇଁ ଆବେଦନ କରିଥିଲେ ବି ଯୋଗ୍ୟ ତାଲିକା ପ୍ରକାଶ ପାଇ ନାହିଁ । ଏନେଇ ଅନେକ ଥର ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ ।

କରୋନା ପାଇଁ ବନ୍ଦ ରହିଥିବା ସେମାନଙ୍କୁ ଦର୍ଶାଯାଇଛି । ତେବେ ଉପର ଅଧିକାରଙ୍କଠାରୁ କିଛି ନିର୍ଦ୍ଦେଶ ଆସି ନାହିଁ । ଆମେ କିଛି କରିପାରିବୁ ନାହିଁ ବୋଲି ଜିଲା ଶିକ୍ଷାଧିକାରୀ ମତ ଦେଉଥିବା ଅଭିଯୋଗ ହୋଇଛି । ସମସ୍ତ ଜିଲାର ଯୋଗ୍ୟ ତାଲିକା ପ୍ରକାଶ ପାଇ ନାହିଁ । ସେଥିପାଇଁ ଆବେଦନ କରିଥିବା ଯୁବକ, ଯୁବତୀମାନେ ୨ ଦଫା ଦାବି ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories