www.samajalive.in
Wednesday, December 10, 2025
26.1 C
Bhubaneswar

ଅଲ୍‌ ଓଡ଼ିଶା ବ୍ୟାଡମିଣ୍ଟନରେ ବଲାଙ୍ଗିରର ଜି.ଗୌତମ

ବଲାଙ୍ଗିର -ଅଲ୍‌ ଓଡ଼ିଶା ବ୍ୟାଡମିଣ୍ଟର ର‌୍ୟାଙ୍କିଙ୍ଗ ଟୁର୍ନାମେଣ୍ଟରେ ବଲାଙ୍ଗିରର ଜି.ଗୌତମ ୯ ବର୍ଷ ଏକକ ବର୍ଗରେ ବିଜୟୀ ହୋଇଛନ୍ତି । ଭୁବନେଶ୍ୱର ପଟିଆ ଉଡାନ ସ୍ପୋର୍ଟସ୍‌ ଏକାଡେମୀରେ ଗତ ୨୨ରୁ ୨୪ ତାରିଖ ଯାଏ ଖେଳା ଯାଇଥିବା ଅଲ୍‌ ଓଡ଼ିଶା ବ୍ୟାଡିମିଣ୍ଟନ ର‌୍ୟାଙ୍କିଙ୍ଗ ପ୍ରତିଯୋଗିତାରେ ସେ ଭାଗ ନେଇଥିଲେ । ତାଙ୍କ ବର୍ଗର ଖେଳାଳିଙ୍କୁ ପଛରେ ପକାଇ ଗୌତମ ଶ୍ରେଷ୍ଠ ବିବେଚିତ ହୋଇଥିଲେ । ତାଙ୍କୁ ଅନ୍ୟତମ ଜଣାଶୁଣା ବ୍ୟାଡମିଣ୍ଟନ ଖେଳାଳି ଅଭିମନ୍ୟୁ ବଗର୍ତ୍ତି ତାଲିମ୍‌ ଦେଉଥିବା ଜଣାପଡିଛି ।

ଅଭିମନ୍ୟୁଙ୍କ କହିବା ଅନୁସାରେ, ଗୌତମ ବ୍ୟାଡମିଣ୍ଟନର କୌଶଳଗୁଡ଼ିକୁ ନିଖୁଣ ଭାବେ ବ୍ୟବହାର କରନ୍ତି । ଅଳ୍ପ ବୟସର ହୋଇଥିଲେ ବି ଯେଉଁ ପ୍ରତିଭା ତାଙ୍କ ପାଖରେ ରହିଛି, ଆଗକୁ ଅଭ୍ୟାସ ଜାରି ରଖିଲେ ସେ ଜାତୀୟ ସ୍ତରର ଖେଳାଳି ହୋଇପାରିବେ ବୋଲି ଅଭିମନ୍ୟୁ ଆଶା ରଖିଛନ୍ତି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ମନୋହରପୁର ପୁଲିସ କଲୋନୀରେ ରହୁଥିବା ଉତ୍ତମ ଛତ୍ରିଆ ଓ ଗୀତାଞ୍ଜଳି ଛତ୍ରିଆଙ୍କ ପୁଅ ହେଉଛନ୍ତି ଗୌତମ । ସେ ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀ ଛାତ୍ର ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories