www.samajalive.in
Saturday, December 13, 2025
26.1 C
Bhubaneswar

ରାଜଧାନୀରେ ଡବଲ ମର୍ଡର : ସ୍ତ୍ରୀ ଓ ଶାଳୀକୁ ହତ୍ୟା, ୩ ଦିନ ପରେ ଘର ଭିତରୁ ମିଳିଲା ମୃତଦେହ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଡବଲ ମର୍ଡର। ନିଜ ସ୍ତ୍ରୀ ଓ ଶାଳୀଙ୍କୁ ଅତି ବିଭତ୍ସ ଭାବେ ହତ୍ୟା ପରେ ଘରେ ଲୁଚାଇ ରଖିଥିଲା ଅଭିଯୁକ୍ତ। ୩ ଦିନ ପରେ ଘର ଭିତରୁ ମିଳିଲା ଦୁଇ ଜଣ ମହିଳାଙ୍କ ମୃତଦେହ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ସହ ଅଭିଯୁକ୍ତକୁ ଗିରଫ କରିଛି। ସ୍ତ୍ରୀ ଓ ଶାଳୀ ମୋତେ ନିର୍ଯ୍ୟାତନା ଦେଉଥିଲେ। ତେଣୁ ସେହି ଦୁଇଜଣଙ୍କୁ ମାରିଦେଲି ବୋଲି ଅଭିଯୁକ୍ତ ପୁଲିସ ଆଗରେ କହିଛି। ବିଜୟ ସେଠୀଙ୍କ ଶାଶୁ କହିଛନ୍ତି ଯେ ମୋ ଦୁଇ ଝିଅଙ୍କୁ ବିଜୟ କେତନ ସେଠୀ ହତ୍ୟା କରିଛି। ତାଙ୍କୁ ଫାଶୀ ଦଣ୍ଡ ଦିଆଯାଉ।

ମିଳିଥିବା ସୂଚନା ଅନୁଯାୟୀ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଦୁର୍ଗାମଣ୍ଡପ ପଡ଼ିଆ ନିକଟରେ ଏକ ଭଡ଼ା ଘରେ ରହୁଥିବା ବିଜୟକେତନ ସେଠୀ ଏଭଳି ବିଭିତ୍ସ ହତ୍ୟାକାଣ୍ଡ ଘଟାଇଛି। ନିଜ ସ୍ତ୍ରୀ ଓ ଶାଳୀକୁ ହତ୍ୟା କରି ସେ ଘରେ ଲୁଚାଇ ରଖିଥିଲା। ପରିବାର ଲୋକେ ଫୋନ୍ କରୁଥିଲେ କିନ୍ତୁ ବିଜୟଙ୍କ ସ୍ତ୍ରୀ ଓ ଶାଳୀଙ୍କ ଫୋନ୍ ସ୍ବିଚଅଫ ରହିଥିଲା। ଅଭିଯୁକ୍ତ ବିଜୟ ସେଠୀଙ୍କୁ ପରିବାର ଲୋକେ ଓ ସ୍ଥାନୀୟ ଲୋକଙ୍କ ଫୋନ୍ କରୁଥିଲେ ମଧ୍ୟ ସେ ଫୋନ ଉଠାଉନଥିଲା। ଅପରପକ୍ଷରୁ ତାଙ୍କ ଘରୁ ଦୁର୍ଘନ୍ଧ ବାହାରୁ ଥିଲା। ଯାହାକୁ ନେଇ ସନ୍ଦେହ ବଢିଥିଲା। ଆଜି ସକାଳେ ମୃତଦେହ ଦେଖିବାକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ତାକୁ କାବୁ କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭଯୁକ୍ତକୁ ଗିରଫ କରିଛି। ଅଭିଭିଯୁକ୍ତ ବିଜୟ କେତନ ସେଠୀ ସହ ନିଶ୍ଚିନ୍ତକୋଇଲି ଅଞ୍ଚଳର ଗାୟତ୍ରୀ ସେଠୀଙ୍କୁ ୨୦୧୧ରେ ବିବାହ କରିଥିଲା। ଦୁହେଁ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିଲେ। ଗାୟତ୍ରୀର ସାନ ଭଉଣୀ ସରସ୍ବତୀ ସେଠୀ ବି ବହୁତ ସମୟରେ ପାଖରେ ଆସି ତାଙ୍କ ସହିତ ରହୁଥିଲା। ସରସ୍ବତୀ ସେଠୀ ଏକ ଘରୋଇ ଡାକ୍ତରଖାନାରେ ନର୍ସ ଭାବେ କାମ କରୁଥିଲାବେଳେ ଗତ ୩ ମାସ ତଳେ ତା’ର ମଧ୍ୟ ବିବାହ ହୋଇଥିଲା। ସ୍ତ୍ରୀ ନିଖୋଜ ନେଇ ଚନ୍ଦ୍ରଶେଖର ପୁର ଥାନାରେ ସରସ୍ବତୀଙ୍କ ସ୍ବାମୀ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories