www.samajalive.in
Sunday, December 14, 2025
14.1 C
Bhubaneswar

ନୂତନ ସବ୍‍ଜଜ୍‍ କୋର୍ଟ ଖୋଲିବା ନେଇ ଓକିଲ ସଂଘ ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ବଡ଼ମ୍ବା: ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଖୁବଶିଘ୍ର ବଡ଼ମ୍ବା ଏବଂ ନରସିଂହପୁରେ ଦୁଇଟି ନୂତନ ସବ୍‍ଜଜ୍‍କୋର୍ଟ ଖୋଲିବାକୁ ଯାଉଛି। ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଆଇନଜୀବୀଙ୍କ ଦାବିକୁ ଗୁରୁତ୍ୱ ଦେଇ ଗୋଟିଏ ବିଧାନସଭା କ୍ଷେତ୍ରରେ ଏକାସାଙ୍ଗରେ ଦୁଇଟି ସବ୍‍ଜଜ୍‍ କୋର୍ଟ ଖୋଲିବା ଏକ ବିରଳ ଓ ଐତିହାସିକ ଉପଲବ୍ଧି ବିବେଚନା କରାଯାଇଛି। ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ସହଯୋଗ ଏବଂ ପ୍ରଚେଷ୍ଟାରୁ ଏହା ସାକାର ହୋଇପାରିଥିବାରୁ ଶୁକ୍ରବାର ବଡ଼ମ୍ବା ଓକିଲସଂଘ ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାମ୍ପନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି।

ସଂଘର ସଭାପତି ଆଇନଜୀବୀ ସନ୍ତୋଷ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ଆଇନଜୀବୀ ସନ୍ତୋଷକୁମାର ପଟ୍ଟନାୟକ, କୈଳାସଚନ୍ଦ୍ର ଜେନା, ବିଦୁଭୂଷଣ ମହାନ୍ତି,ବରିଷ୍ଠ ଆଇନଜୀବୀ ଦୁର୍ଗାପ୍ରସାଦ ସାହୁ, ସରୋଜ କୁମାର ବେଉରା, ଅଜିତ ପ୍ରସାଦ ଚୌଧୁରୀ, ପରେଶ କୁମାର ମହାନ୍ତି, ବିଷ୍ଣୁ ପ୍ରସାଦ ସାହୁ, ମଞ୍ଜୁ ଦେଈ, ଲକ୍ଷ୍ମୀ ପାଲ, ଅଖୀଳ କୁମାର ଦାସ ପ୍ରମୁଖ ଯୋଗଦେଇ ବିଧାୟକ ଶ୍ରୀ ମିଶ୍ରଙ୍କୁ ସାଧୁବାଦ ଜଣାଇବା ସହ ଏହି ସଂଗ୍ରାମରେ ସାମିଲ ହୋଇ ଇତିମଧ୍ୟରେ ଦିବଂଗତ ହୋଇଯାଇଥିବା ଆଇନଜୀବୀ ସ୍ୱର୍ଗତ ସୁଦର୍ଶନ ବେଉରା, ସୂର୍ଯ୍ୟନାରାୟଣ ମିଶ୍ର, ଦୁର୍ଗାମାଧବ ରଥ, ହରିହର ବଳବନ୍ତରାୟ ଏବଂ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ସ୍ୱର୍ଗତ ଅମୀୟ ପଟ୍ଟନାୟକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories