www.samajalive.in
Sunday, December 14, 2025
26.1 C
Bhubaneswar

ବିଶିଷ୍ଟ ଚାଷୀନେତାଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ଶୋକ

ରେଙ୍ଗାଲିକ୍ୟାମ୍ପ: ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ବରିଷ୍ଠ ଚାଷୀ ନେତା ପଲଉ ମାଝୀଙ୍କ ଧର୍ମପତ୍ନୀ ପୂର୍ଣବାସି ମାଝୀ (୬୦)ଙ୍କ ବିୟୋଗରେ ସଂଗଠନର ସମସ୍ତ କର୍ମକର୍ତ୍ତା ଶୋକ ପ୍ରକାଶ କରିଛନ୍ତି। ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଥିଲେ। ତାଙ୍କର ତିନି ପୁଅ ଓ ୨ ଟି ଝିଅ। ତାଙ୍କର ବିୟୋଗ ଖବର ପାଇ ଶେଷ ଦର୍ଶନ ପାଇଁ କୃଷକ ସଂଗଠନ ପହଞ୍ଚିଥିଲା ତାଙ୍କର ବାସଭବନ ଯହ୍ନାପଡ଼ାରେ। ସେ ଜଣେ ସାହାସୀ ତଥା ଧର୍ମ ପରାୟଣl ମହିଳା ଥିଲେ। କୃଷକ ସଙ୍ଗଠନକୁ ମଜଭୁତ କରି କୃଷକମାନଙ୍କ ଅଧିକାର ପାଇଁ ଲଢ଼ିବାକୁ ସେ ଅନେକ ସମୟରେ ନିଜ ସ୍ବାମୀଙ୍କୁ ଉତ୍ସାହିତ କରୁଥିଲେ। ତାଙ୍କର ନିଜସ୍ୱ ଜମିରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଛି ।

ଅନ୍ତିମ ସଂସ୍କାର ପରେ ଶୋକାକୁଳ ପରିବାରକୁ ସମବେଦନା ଜଣାଇ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ସଭାପତି ହାରାଧାନ ପ୍ରଧାନଙ୍କ ସଭାପତିତ୍ବରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ସ୍ବର୍ଗତl ମାଝୀଙ୍କ ଉଦ୍ଦେଶ୍ୟରେ ସଂଗଠନର ରାଜ୍ୟ ସମ୍ପାଦକ ଲୋକେଶ୍ଵର୍ ପ୍ରଧାନ, ବାବେବିରା କୃଷକ ସଂଗଠନର ସଭାପତି ପ୍ରକାଶ ନାଏକ, ବରିଷ୍ଠ ଚାଷୀ ନେତା ବୃଷଭାନୁ ସାହୁ, ବସନ୍ତ ବାରିକ୍, ଭିକାରୀ ବାରିକ୍, ହୃଷୀକେଶ ପ୍ରଧାନଙ୍କ ସମେତ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଚାଷୀ ଯୋଗ ଦେଇ ଦିବଂଗତ ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories