www.samajalive.in
Sunday, December 14, 2025
15.1 C
Bhubaneswar

ଶୁକ୍ରବାର ରାଶିଫଳ (୨୨/୦୪/୨୦୨୨)

ମେଷ : ଦେବାତ୍ମା ହିମାଳୟ ପରି ଅଟଳ ରହିଲେ ଲକ୍ଷ୍ୟ ସ୍ଥଳରେ ଉପନୀତ ହେବେ। ଭୋଗର ଶୀର୍ଷରେ ପହଞ୍ଚି ତ୍ୟାଗଶୀଳ ହେବେ। ପତ୍ନୀଙ୍କ ଆଶା-ଭରସାର ପାତ୍ର ହେବେ। ଉଦ୍ୟୋଗୀ ହେବେ।

ବୃଷ : ସାମାନ୍ୟ ଅସୁସ୍ଥ ରହି ମଧ୍ୟ ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଦୟାଳୁ ଓ ବିନୟ ଭାବର ହୋଇପାରନ୍ତି। ଠାକୁରଙ୍କ ନିକଟରେ ମଧୁର ପ୍ରେମଭକ୍ତି ନିବେଦନ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗଁୁ ସତର୍କ ରହିବେ।

ମିଥୁନ : ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। କାୟମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ପତ୍ନୀଙ୍କ ପରାମର୍ଶ ଶୁଭ ହେବ। ଅହଂଭାବକୁ ସମର୍ପଣ କିମ୍ବା ବିସର୍ଜନ ଦେଇପାରନ୍ତି।

କର୍କଟ : ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହେବେ। ଭାଇମାନଙ୍କ ପାଇଁ ସ୍ନେହଶୀଳ ହେବେ। ବ୍ୟବହାର ଓ ମଧୁର ଭାଷାରେ ଶତ୍ରୁକୁ ବଶ କରିବାରେ ସକ୍ଷମ ହେବେ। ଚାକିରି କ୍ଷେତ୍ରରେ ସୁନାମ ମିଳିବ। କରଜ ଶୁଝି ଆଶ୍ବସ୍ତ ହେବେ।

ସିଂହ : କର୍ମଚଞ୍ଚଳ ରହିବେ। ଦୈବୀ ଦାୟିତ୍ବ ବହନ କରୁଥିବା କନ୍ୟା ପାଇଁ ଗର୍ବିତ ହୋଇପାରନ୍ତି। ବ୍ୟବସାୟାଦି ବିଭିନ୍ନ ସ୍ତରରୁ ଆର୍ଥିକ ସ୍ରୋତ ଅବ୍ୟାହତ ରହିବ। ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ।

କନ୍ୟା : ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ସାମାଜିକ ସ୍ତରରେ ସାଂସ୍କୃତିକ ଜାଗରଣ ସୃଷ୍ଟି କରିପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ଶବ୍ଦ ଚୟନ କରି ଦିବ୍ୟରଚନା ଚେତନା ଧର୍ମୀ ହେବେ।

ତୁଳା :  ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କର ଭକ୍ତିଭାଜନ ହେବେ। ବିଭୁଦତ୍ତ ପ୍ରତିଭା ସମ୍ପନ୍ନ ହେବେ। ଈଶ୍ବରୀୟ ଚେତନାର ଉଦ୍‌ବୁଦ୍ଧ ହୋଇପାରନ୍ତି। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ।

ବିଛା :   ପରମ୍ପରାକୁ ଅନୁସରଣ କରି ଏକ ନିର୍ଦ୍ଦିଷ୍ଟ ଗତିପଥରେ ଅଗ୍ରସର ହେବେ। ଭୟଙ୍କର ଦୃଶ୍ୟରାଜି ମଧ୍ୟରେ ସୌନ୍ଦର୍ଯ୍ୟର ସନ୍ଧାନ ପାଇବେ। ଅର୍ଥାଗମର ସ୍ରୋତ ବ୍ୟାହତ ହେବନାହିଁ। ନୀତିନିଷ୍ଠ ହେବେ।

ଧନୁ : ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଆଇନ, ଅଦାଲତର ବିଚାର ଆପଣଙ୍କ ସପକ୍ଷରେ ଯିବା ସହିତ ଧନଲାଭ ହେବ। କେବଳ ସ୍ବାଦ ପାଇଁ ନୁହେଁ, ନିରୋଗ ଶରୀର ପାଇଁ ଭୋଜନ ବ୍ୟବସ୍ଥା ଅଛି।

ମକର : ଉପହାରଦାତା ଭାବେ ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ପରାଙ୍ଗପୁଷ୍ଟ ହୋଇପାରନ୍ତି। ଭାଷା ଓ ବ୍ୟବହାର, ଶତ୍ରୁତାର ଅବସାନ ଘଟାଇ ପାରେ। ସମାଧାନ ନୁହେଁ; ସାଧନାରୁ ମିଳିବ ଶାଶ୍ବତ ସୁଖ।

କୁମ୍ଭ : ବିଦ୍ୟାସାଗରକୁ ମନ୍ଥନ ପୂର୍ବକ ବିଲୁପ୍ତ ହେବାକୁ ଯାଉଥିବା ମହନୀୟ ଶବ୍ବ ସମୂହଙ୍କୁ ଉଦ୍ଧାର କରି ଲୋକଲୋଚନକୁ ଆଣିବେ। ସରକାରୀ ପ୍ରୋତ୍ସାହନ ମିଳିପାରେ। ଅସାଧ୍ୟ ସାଧନ କରିପାରନ୍ତି। 

ମୀନ : ମନରେ ଧ୍ୟାନ ପ୍ରଦୀପ ପ୍ରଳନ କରି କର୍ମ ମାର୍ଗକୁ ଆଲୋକିତ କରିପାରନ୍ତି। ଦୟା-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ଆନନ୍ଦ ସରୋବରରେ ଅବଗାହନ କରିପାରନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories