www.samajalive.in
Saturday, December 6, 2025
15.1 C
Bhubaneswar

ଟିକିଲିପଦରରେ ପୁଣି ଝାଡା ବାନ୍ତି ଆତଙ୍କ, ୧୦ ଆକ୍ରାନ୍ତ

କଲମପୁର: କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ମହୁଲପାଟଣା ପଞ୍ଚାୟତ ଅଧିନସ୍ଥ ଟିକିଲିପଦର ଠାରେ ପୁଣି ଝାଡା ବାନ୍ତି ରୋଗର ପ୍ରକୋପ ଦେଖା ଦେଇଛି। ଗତ ମଙ୍ଗଳବାର ଦିନ ଏହି ରୋଗରେ ଆକ୍ରାନ୍ତ ହେଇ ଜଣକର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହେଇଥିଲେ। ଶନିବାର ଦିନ ଏହି ରୋଗରେ ପୁଣି ୧୦ ଜଣ ଆକ୍ରାନ୍ତ ହେଇ ୨ଜଣ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜଣକଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଯାଉଛି। ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ରୋଗ ବ୍ୟାପିବା ନେଇ ଆଶଙ୍କା ଦେଖା ଦେଇଛି।

ପ୍ରାପ୍ତ ସୂଚନା ଅନୁସାରେ ଟିକିଲିପଦର ଗ୍ରାମର ରଶ୍ମିତା ନାଏକ (୨୨) ଓ ଖୁଜା ନାଏକ (୪୮) ଏହି ରୋଗରେ ଆକ୍ରାନ୍ତ ହେବା ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ଚିକିତ୍ସାଧୀନ ରହିଛନ୍ତି । ଅନ୍ୟପଟେ ପୂର୍ବରୁ ମହୁଲପାଟଣା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ୩୨ ବର୍ଷିୟ କୁମାରୀ ନାଏକଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏହାସହ କିଶୋର ନାଏକ (୧୦), ରମଣୀ ନାଏକ (୧୭), କୈବତୀ ନାଏକ (୪୦), ସାନମତୀ ନାଏକ (୨୭), ମାତଲୀ ମାଝୀ (୪୫), ଯମୁନା ମାଝୀ (୨୭), ଦୁର୍ଯ୍ୟୋଧନ ନାଏକ (୩୫) ପ୍ରମୁଖ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଛନ୍ତି।

- Advertisement -

ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ତିଆଡି ସୂଚନା ପାଇବା ପରେ ତୁରନ୍ତ ଘଟଣାସ୍ଥଳକୁ ଏକ ଡାକ୍ତରୀ ଦଳ ପଠାଇଥିବା ବେଳେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମଧ୍ୟ ଅନ୍ୟ ଏକ ଡାକ୍ତରୀ ଦଳ ନିୟୋଜିତ ହେଇ ଚିକିତ୍ସା ସେବା ଯୋଗାଉଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତିଆଡି ସୂଚନା ଦେଇଛନ୍ତି। ଦୂଷିତ ଝରଣା ପାଣି ବ୍ୟବହାର ଓ ଲୋକଙ୍କ ମଧ୍ୟରେ ସଚେତନତା ଅଭାବ କାରଣରୁ ଏହି ରୋଗ ବ୍ୟାପୁଥିବା ଡାକ୍ତର ତିଆଡି ସୂଚନା ଦେଇଛନ୍ତି। ଏହାସହ ଉଭୟ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରୀ ଦଳ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ସହ ଲୋକଙ୍କ ମଧ୍ୟରେ ଆବଶ୍ୟକୀୟ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରିବା ପାଇଁ ନିୟୋଜିତ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories