www.samajalive.in
Saturday, December 6, 2025
17.1 C
Bhubaneswar

ସୀମାରେ କିଛି ହୋଇଛି: ରାଜନାଥଙ୍କ ରହସ୍ୟମୟ ସୂଚନା

ମୁଜାଫରନଗର: ‘ସୀମାରେ ଗତ ଦୁଇ ତିନି ଦିନ ତଳେ କିଛି ହୋଇଛି। କିନ୍ତୁ ମୁଁ ସେ ବିଷୟରେ ସୂଚନା ଦେଇପାରିବି ନାହିଁ। କିନ୍ତୁ ବିଶ୍ୱାସ ରଖ, ଯାହା ହୋଇଛି ସବୁକିଛି ଠିକ୍‍ଠାକ୍‍ ହୋଇଛି। ଆଗକୁ ବି ଦେଖନ୍ତୁ କଣ ହେବାକୁ ଯାଉଛି।’ ଗତ ଶୁକ୍ରବାର ଉତ୍ତରପ୍ରଦେଶର ମୁଜାଫରନଗରଠାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଏହି ତିନି ଚାରିଧାଡ଼ିର ରହସ୍ୟଭରା ସୂଚନା ଏବେ ସମଗ୍ର ଦେଶବାସୀଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଛି। ସୀମାରେ ଆଉ ଏକ ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ହୋଇଛି କି? ପାକ୍‍ ସେନା ଶିବିର ଧ୍ୱଂସ ହୋଇଛି କି? ଏଭଳି ଅନେକ ପ୍ରଶ୍ନ ଏବେ ଦେଶବାସୀଙ୍କୁ ବ୍ୟଗ୍ର କରୁଛି।
ପାକ୍‍ ସେନା ବିଏସ୍‍ଏଫ୍‍ ଯବାନ ନରେନ୍ଦ୍ର ସିଂହଙ୍କୁ ଗୁଳି କରିବା ପରେ ଗଳାକାଟି ହତ୍ୟା କରିଥିଲେ। ଏହି ଘଟଣାରେ ଭାରତ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇଛି। ଏହାର ଯବାବ ଗୁଳିଗୋଳାରେ ଦିଆଯିବ ବୋଲି ଶୁକ୍ରବାର ରାଜନାଥ ସିଂହ କହିଥିଲେ। ତେଣୁ ଭାରତୀୟ ସେନା ପକ୍ଷରୁ ପୁଣି ଥରେ ଏକ ବଡ଼ ଧରଣର ସର୍ଜିକାଲ୍‍ ଷ୍ଟ୍ରାଇକ୍‍ କରାଯାଇଥାଇପାରେ ବୋଲି କୁହାଯାଉଛି।
ବିଏସଏଫ୍‍ର ଜଣେ ଅଧିକାରୀ ମଧ୍ୟ ପରୋକ୍ଷରେ ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ବିଷୟରେ ସୂଚନା ଦେଇଛନ୍ତି। ମୁଜାଫରନଗରଠାରେ ଭଗତ ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିବା ଅବସରରେ ରାଜନାଥ ସିଂହ କହିଛନ୍ତି ଯେ ପାକିସ୍ତାନ ଆମର ପଡ଼ୋଶୀ ରାଷ୍ଟ୍ର ହୋଇଥିବାରୁ ତାର ସେନା ଉପରକୁ ପ୍ରଥମେ ଗୁଳି ଚଳାଅ ନାହିଁ। କିନ୍ତୁ ସେପଟରୁ ଯଦି ଗୁଳି ଫୁଟେ ତେବେ ଚୁପ୍‍ ବସ ନାହିଁ କି କେତେ ଗୁଳିରେ ପ୍ରତ୍ୟୁତ୍ତର ଦେବାକୁ ପଡ଼ିବ ତାହା ଚିନ୍ତା କରନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories