www.samajalive.in
Saturday, December 6, 2025
15.1 C
Bhubaneswar

କୃଷି ଓ କୃଷକଙ୍କ ସମସ୍ୟା ସମାଧାନରେ ସରକାରୀ ଅବହେଳା

ସୁଆଣ୍ଡୋ: ପୁରୀ ଜିଲାରେ ଦୀର୍ଘ ଦିନ ଧରି କୃଷି ଓ କୃଷକଙ୍କ ସମସ୍ୟାକୁ ନେଇ ତୃଣମୂଳ ସ୍ତରରୁ କାର୍ଯ୍ୟ କରି ଆସୁଥିବା ନୀଳାଚଳ କୃଷକ ମହାସଂଘର ଏକ ଆଲୋଚନାଚକ୍ର ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଗୋପୀନାଥ ମିଶ୍ର ଅଧ୍ୟକ୍ଷତା କରିଥିଲେ। ପୁରୀ ଜିଲା ଗୋଟିଏ କୃଷି ପ୍ରଧାନ ଜିଲା ହୋଇଥିବାରୁ ଚାଷୀମାନଙ୍କ ସମ୍ପର୍କରେ ସରକାରୀ ଉଦାସୀନତା, ଜମିରୁ ଜଳନିଷ୍କାସନ ଓ ଏଥିନେଇ ମାଷ୍ଟର ପ୍ଳାନ ପ୍ରସ୍ତୁତ କରିବା, ନଡ଼ିଆର ଅଭାବୀ ବିକ୍ରି, ଧାନର ସର୍ବନିମ୍ନ ମୂଲ୍ୟବୃଦ୍ଧି ଏବଂ ଚାଷୀଙ୍କର ରହିଥିବା କୃଷିଋଣ ସଂପୂର୍ଣ୍ଣ ଛାଡ କରାଯିବା ପାଇଁ ଆଲୋଚନା କରାଯାଇଥିଲା। ସଭାରେ ସମ୍ପାଦକ ଭୀମସେନ ବିଶ୍ୱାଳ ବିବରଣୀ ପାଠ କରିଥିଲେ । ଜନ ସଚେତନତା ସଂପର୍କରେ ଉପଦେଷ୍ଟା ନିରଞ୍ଜନ ମହାପାତ୍ର ଆଲୋକପାତ କରିଥିଲେ । ରବି ଋତୁରେ ପ୍ରତି ବ୍ଲକରେ ମୁଗମଣ୍ଡି ଖୋଲିବା ଏବଂ ଜିଲାର ସମସ୍ତ କେନାଲର ପୁନଃ ଉଦ୍ଧାର କରିବା ପାଇଁ ଜିଲା ସଂଯୋଜକ ବିକାଶ ତ୍ରିପାଠୀ କହିଥିଲେ। ଜିଲାରେ ପ୍ରବାହିତ ଦୟା ଭାର୍ଗବୀ ମକରା ରାଜୁଆ ରତ୍ନଚିରା ଆଦି ନଦୀଶର୍ଯ୍ୟା ଖନନ କରାଯିବା ପାଇଁ ଗୁଣନିଧି ପାତ୍ର ଦୁଃଶାସନ ସ୍ୱାଇଁ ଶତୃଘ୍ନ ସ୍ୱାଇଁ ଗଦାଧର ସ୍ୱାଇଁ ପ୍ରମୁଖ  ମତାମତ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories