www.samajalive.in
Saturday, December 6, 2025
15.1 C
Bhubaneswar

ଜନ୍ମ ତାରିଖରୁ ଜାଣନ୍ତୁ ଘରେ କ’ଣ ରଖିଲେ ମିଳିବ ଶୁଭ ଫଳ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷ ଜୀବନରେ ବିଭିନ୍ନ ବସ୍ତୁର ପ୍ରଭାବ ରହିଛି। ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ବସ୍ତୁ ନିଜ ବାସ ଗୃହରେ ରଖିଲେ ଏହାର ସୁଫଳ ମିଳିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଦିଗର ସମ୍ବନ୍ଧ ଗ୍ରହମାନଙ୍କ ସହ ରହିଥାଏ। ଜନ୍ମ ତାରିଖ ଅନୁସାରେ ଘରେ କେଉଁ ଜିନିଷ ରଖିଲେ ସୁପ୍ରଭାବ ଜୀବନ ଉପରେ ପଡେ ସେ ବିଷୟରେ ସହଜରେ ଜାଣି ହେବ। ବାସ୍ତୁଶାସ୍ତ୍ର ଓ ଆପଣଙ୍କ ଜନ୍ମ ତାରିଖରୁ ଆମେ ବ୍ୟକ୍ତି ବିଷୟରେ ଅନେକ କଥା ଜାଣିପାରୁ। ସେହିପରି ଜନ୍ମ ତାରିଖରେ କିଛି ଏପରି ବସ୍ତୁକୁ ଘରେ ରଖିବା ଦ୍ୱାରା ଶୁଭ ଫଳ ମିଳିଥାଏ। ଏହାଦ୍ୱାରା ଆପଣଙ୍କ ଜୀବନରେ ମଧ୍ୟ ଅନେକ ସୁଫଳ ମିଳିଥାଏ। ଆସନ୍ତୁ ଜାଣିବା ନିଜ ଜନ୍ମ ତାରିଖରୁ କେଉଁ ଜିନିଷ ଘରେ ରଖିବା ଉଚିତ। କିନ୍ତୁ ଏଥିପାଇଁ ଏକ ସାଧାରଣ ଗଣିତ କରିବାକୁ ପଡିବ। ଏହା ଅତି ସହଜ। ଆପଣ ନିଜର ଜନ୍ମ ତାରିଖର ଏକକ ସଂଖ୍ୟା ସଂଖ୍ୟା ବାହାର କରିବାକୁ ପଡିବ। ୧ ତାରିଖରୁ ୯ ତାରିଖ ହେଲେ କିଛି ଅସୁବିଧା ନାହିଁ । ଯଦି ଆପଣଙ୍କ ଜନ୍ମ ତାରିଖ ୧୧ ତାହେଲେ ଆପଣଙ୍କ ମୂଲ୍ୟାଙ୍କନ ୧+୧=୨, ଯଦି ଆପଣଙ୍କ ଜନ୍ମ ତାରିଖ ୨୯ ତେବେ ଆପଣଙ୍କ ମୂଲ୍ୟାଙ୍କନ ୨+୯=୧୧, ତାପରେ ତାକୁ ଏକକ ସଂଖ୍ୟା ବିଶିଷ୍ଟ କରିବା ପାଇଁ ୧+୧=୨ ଏପରି କରିବାକୁ ହେବ।୧ ସଂଖ୍ୟା ଥିବା ବ୍ୟକ୍ତିମାନଙ୍କର ଶୁଭ ଦିଗ ହେଉଛି ପୂର୍ବ। ପୂର୍ବ ହେଉଛି ସୂର୍ଯ୍ୟଙ୍କ ପ୍ରିୟ ଦିଗ। ୧ ସଂଖ୍ୟା ଥିବା ବ୍ୟକ୍ତି ପୂର୍ବ ଦିଗରେ ବଂଶୀ ରଖନ୍ତୁ।
୨ ସଂଖ୍ୟା ହେଉଥିବା ବ୍ୟକ୍ତିମାନେ ଉତ୍ତର-ପଶ୍ଚିମ ଦିଗରେ ଧଳା ରଙ୍ଗର କୌଣସି ଘର ସଜାଇବା ବସ୍ତୁ କିମ୍ବା ଧଳା ରଙ୍ଗର କଇଁଛ ମୂର୍ତ୍ତି ରଖନ୍ତୁ। ସୁଫଳ ପାଇବେ।
୩ ସଂଖ୍ୟା ହେଉଥିବା ବ୍ୟକ୍ତିମାନେ ଉତ୍ତର-ପୂର୍ବ ଦିଗରେ ରୁନ୍ଦ୍ରାକ୍ଷ ରଖନ୍ତୁ। ନିଶ୍ଚୟ ଶୁଭଫଳ ପାଇବେ।
୪ ସଂଖ୍ୟା ହେଉଥିବା ବ୍ୟକ୍ତିମାନେ ଦକ୍ଷିଣ-ପଶ୍ଚିମ ଦିଗରେ ଯେକୌଣସି କାଚର ଦ୍ରବ୍ୟ ରଖନ୍ତୁ। ଅନେକ ଶୁଭ ଫଳ ପ୍ରାପ୍ତି ହେବ।
୫ ସଂଖ୍ୟା ହେଉଥିବା ବ୍ୟକ୍ତିମାନେ ଉତ୍ତର ଦିଗରେ ଲକ୍ଷ୍ମୀଙ୍କ ମୂର୍ତ୍ତି ରଖନ୍ତୁ। ସୁଫଳ ମିଳିବ। ଏବଂ ଏହାଦ୍ୱାର ଧନପ୍ରାପ୍ତି ମଧ୍ୟ ହୋଇଥାଏ।
୬ ସଂଖ୍ୟା ହେଉଥିବା ବ୍ୟକ୍ତି ଦକ୍ଷିଣ-ପୂର୍ବ ଦିଗରେ ମୟୂର ପଙ୍ଖ ରଖନ୍ତୁ। ସକରାତ୍ମକ ପ୍ରଭାବ ବୃଦ୍ଧି ପାଇବା ସହ ଘରର ପରିବେଶ ଶୁଦ୍ଧ ରହିଥାଏ।
୭ ସଂଖ୍ୟା ହେଉଥିବା ବ୍ୟକ୍ତି ଉତ୍ତର-ପୂର୍ବ ଦିଗରେ ରୁନ୍ଦ୍ରାକ୍ଷ ରଖନ୍ତୁ। ରୁନ୍ଦ୍ରାକ୍ଷ ହେଉଛି ଭଗବାନ ଶିବଙ୍କର ପ୍ରିୟ। ତେଣୁ ଏହା ଘରେ ରଖିବା ଦ୍ୱାରା ଯେକୌଣସି କଷ୍ଟସାଧ୍ୟ କାମରେ ଉନ୍ନତି କରିପାରିବେ।
୮ ସଂଖ୍ୟା ହେଉଥିବା ବ୍ୟକ୍ତି ନିଜ ଘରର ପଶ୍ଚିମ ଦିଗରେ ମାଛ ଆକ୍ୟାରିୟମ୍‍ ରଖନ୍ତୁ। ସୁଫଳ ପାଇବେ।
୯ ସଂଖ୍ୟା ହେଉଥିବା ବ୍ୟକ୍ତି ଘରର ଦକ୍ଷିଣ ଦିଗରେ ପିରାମିଡ଼ ରଖନ୍ତୁ। ଏହାଦ୍ୱାରା ସକରାତ୍ମକ ପ୍ରଭାବ ବୃଦ୍ଧି ପାଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories