www.samajalive.in
Monday, December 15, 2025
14.1 C
Bhubaneswar

ଦେଓଗାଁରେ ପେଟ୍ରୋଲ ଅପମିଶ୍ରଣ ଅଭିଯୋଗ; ବାରମ୍ବାର ଗାଡ଼ି ଫିଲଟର ବଦଳାଇ ନୟାନ୍ତ ଲୋକେ

ଦେଓଗାଁ: ଗ୍ରାମଞ୍ଚଳରେ ମଟରଯାନର ଚାହିଦା ବଢ଼ୁଥିବାରରୁ ଅଧିକ ମାତ୍ରାରେ ପେଟ୍ରୋଲର ଚାହିଦା ମଧ୍ୟ ବୃଦ୍ଧି ପାଉଛି। ରାଜ୍ୟ ସରକାରଙ୍କ ଅନୁରୋଧରେ କେନ୍ଦ୍ର ସରକାର ଗାଁଗୁଡିକରେ ପେଟ୍ରୋଲ ପମ୍ପ ଖୋଲିବାରେ ଲାଗିଛନ୍ତି। କିନ୍ତୁ ପେଟ୍ରୋଲ ପମ୍ପର ମାଲିକମାନେ ଅଧିକ ଲାଭ ଆଶାରେ ତେଲ ଅପମିଶ୍ରଣ କରି ତେଲ ବିକ୍ରି କରୁଥିବାରୁ ଗାଡ଼ି ମାଲିକ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଳକ ଅଞ୍ଚଳରୁ । ଲୋକଙ୍କ ଚାହିଦାକୁ ପୂରଣ କରିବା ପାଇଁ ଦେଓଗାଁ ବସଷ୍ଟାଣ୍ଡ, ଡାକ ବଙ୍ଗଳା ଓ ତୁଷୁରା ରେଲଗେଟ ନିକଟରେ ଗତ ଆର୍ଥିକ ବର୍ଷରେ ବିଭିନ୍ନ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ପମ୍ପ ଖୋଲିଛନ୍ତି। ହେଲେ ଏହି ପେଟ୍ରୋଲ ପମ୍ପଗୁଡିକରେ ସରକାରଙ୍କ ନିୟମକୁ ଅଣଦେଖା କରି କାର୍ଯ୍ୟ କରୁଥିବାର ଅଭିଯୋଗ ହେଉଛି।

ଅଣଓଡ଼ିଆ ରାଜନେତା ବ୍ୟବସାୟୀ ଜଣକ ଖୋଲିଥିବା ପେଟ୍ରୋଲ ପମ୍ପରେ ଅଧିକା ମାତ୍ରାରେ ପେଟ୍ରୋଲରେ ପାଣି ମିଶ୍ରଣ କରୁଥିବାର ଅଭିଯୋଗ ହେଉଥିବା ବେଳେ ଅନ୍ୟ ଦୁଇଟି ଟାଙ୍କିରେ ବିଭିନ୍ନ କେମିକାଲ ମିଶାଇ ତେଲ ଅପମିଶ୍ରଣ କରୁଥିବା ଅଭିଯୋଗ ହେଉଛି। ଏନେଇ କଛି ଦିନ ତଳେ ଦେଓଗାଁ ଅଞ୍ଚଳରେ ବ୍ୟାଙ୍କ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ତାଙ୍କର ନୂତନ ଗାଡ଼ିରେ ଦେଓଗାଁ ଜାତୀୟ ରାଜପଥ ଉପରେ ଥିବା ଦୁଇଟି ଟାଙ୍କିରେ ବିଭିନ୍ନ ସମୟରେ ତେଲ ଭର୍ତ୍ତି କରିଥିଲେ । ହେଲେ ସେ ତେଲ ପକାଇଥିବା ଦିନ କାମ ସାରି ଫେରିବା ବାଟରେ ସିନଖମନ ନିକଟରେ ଗାଡ଼ିର ଷ୍ଟାର୍ଟ ବନ୍ଦ ହୋଇଯିବାରୁ ତାଙ୍କ ଅକଲ ଗୁଡୁମ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ମେକାନିକ ଡାକି ଗାଡ଼ି ମରାମତି କରାଇଥିଲେ, ହେଲେ ଗାଡିରେ ଭର୍ତ୍ତି ହୋଇଥିବା ପେଟ୍ରୋଲରୁ କେବଳ ପାଣି ବହାରିଥିବା ଅଭିଯୋଗ କରିଛନ୍ତି। ଖାଲି ସେ ନୁହନ୍ତି ଆଉ ଜଣେ ଦେଓଗାଁର ସ୍କୁଟି ମାଲିକ ମଧ୍ୟ ଦିନେ ଦେଓଗାଁ ଓ ଦିନେ ବଙ୍ଗଳାରେ ଥିବା ଟାଙ୍କିରେ ପେଟ୍ରୋଲ ଭର୍ତ୍ତି କରିଥିଲେ। ସେ ଗତ ବୁଧବାର ଦିନ ବଲାଙ୍ଗୀର ଯିବା ସମୟରେ ରତନପୁର ଛକଠାରେ ଗାଡ଼ିର ଷ୍ଟାର୍ଟ ବନ୍ଦ ହୋଇଯାଥିବା କହିଛନ୍ତି। ହେଲେ କୌଶଳ କ୍ରମେ ବୁଦ୍ଧି ପ୍ରୟୋଗ କରି ବଲାଙ୍ଗୀର ସ୍ଥିତ ଅମରନାଥ ହୋଣ୍ଡା ଶୋରୁମକୁ ଗାଡ଼ି ନେଇ ପହଞ୍ଚିଯିବାରୁ ବଞ୍ଚିଗଲି ବୋଲି ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ମାର୍କେଟରେ ପେଟ୍ରୋଲ ଅପମିଶ୍ରଣ ବଡୁଥିବାରୁ ଦୁଇ ଚକିଆ ମଟର ଯାନର କେବଳ ପେଟ୍ରୋଲ ଫିଲଟର ଜାମ ହୋଇ ଖରାପ ହେଉଛି। ଫଳରେ ଗାଡ଼ି ସର୍ଭିସିଂ କରିବା ପାଇଁ ଆସୁଥିବା ଗ୍ରାହକମାନେ କେବଳ ପେଟ୍ରୋଲ ଫିଲଟର ବଦଳାଇ ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ଅମରନାଥ ଶୋ’ରୁମରେ କାର୍ଯ୍ୟ କରୁଥିବା ଇଞ୍ଜିନିୟର ଜଣକ କହିଛନ୍ତି। ବର୍ତ୍ତମାନର ମହଙ୍ଗା ଯୁଗରେ ପେଟ୍ରୋଲ ଦର ଆକାଶ ଛୁଆଁ ହୋଇଥିବା ବେଳେ ଗୋଟିଏ ସ୍କୁଟିରୁ ମାସକରେ ଦୁଇ ଦୁଇଟି ଫିଲଟର ଖରାପ ହେବା ଗାଡ଼ି ମାଲିକଙ୍କ ଚିନ୍ତା ବଢାଇ ଦେଇଛି। ଏଣୁ ଦେଓଗାଁ, ତୁଷୁରା ଗୁଡ଼ଭେଳା ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକକୁ ସରକାର ଅଚାନକ ଚଢ଼ାଉ କରି ତେଲର ନମୁନା ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories