www.samajalive.in
Tuesday, December 9, 2025
26.1 C
Bhubaneswar

ମନ୍ଦିରରେ ମହିଳାଙ୍କ ପ୍ରବେଶ ; ତୃପ୍ତି ଦେଶାଇଙ୍କ ସଫଳତା

ନୂଆଦିଲ୍ଲୀ : ଭାରତରେ ବିଭିନ୍ନ ମନ୍ଦିର, ମସ୍‍ଜିଦ ମାନଙ୍କରେ ମହିଳା ମାନଙ୍କ ପ୍ରବେଶକୁ ନେଇ ସବୁ ସମୟରେ ବିବାଦ ରହିଆସିଛି। ତେବେ ଏ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ଐତିହାସିକ ରାୟ ପ୍ରଦାନ କରିଛନ୍ତି। କେରଳର ଶାବରୀମାଳା ମନ୍ଦିରରେ ମହିଳା ମାନଙ୍କ ପ୍ରବେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମହିଳାମାନଙ୍କର ମନ୍ଦିର ପ୍ରବେଶକୁ ନେଇ ବହୁ ଦିନ ଧରି ଲଢି ଆସୁଥିବା ସମାଜସେବି ତୃପ୍ତି ଦେଶାଇଙ୍କ ବିଜୟୀ ହୋଇଛି।
ତୃପ୍ତି ଦେଶାଇ କିଏ?
ପୁଣେର ତୃପ୍ତି ଦେଶାଇ ବହୁଦିନ ଧରି ମହିଳାମାନଙ୍କ ମନ୍ଦିର କିମ୍ବା ମସ୍‍ଜିଦ ପ୍ରବେଶ ନେଇ ଆନ୍ଦୋଳନ କରି ଆସିଛନ୍ତି। ଏହି ଆନ୍ଦୋଳନ ପାଇଁ ତାଙ୍କୁ ବହୁ ଧମକ ମଧ୍ୟ ମିଳିଛି। ଭୂମାତା ବ୍ରିଗେଡ ନାମକ ଏକ ସଂସ୍ଥା ଆରମ୍ଭ କରି ସେ ଏହି ଆନ୍ଦୋଳନ କରୁଥିଲେ। ମୁମ୍ବଇର ଶନି ସିଙ୍ଗାପୁର ଏବଂ ହାଜି ଅଲ୍ଲୀ ଦରଘାରେ ମହିଳା ମାନଙ୍କୁ ପ୍ରବେଶ କରାଇବାରେ ସେ ସଫଳ ହୋଇଥିଲେ। ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସହ ମିଶି ତୃପ୍ତି ଦେଶାଇ ବହୁ ସାମାଜିକ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ତୃପ୍ତି ନାସିକ ତ୍ରୟମ୍ବକେଶ୍ୱେର ମନ୍ଦିର, କପାଳେଶ୍ୱର ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିର ଆଦିରେ ମହିଳାମାନଙ୍କ ପ୍ରବେଶ ନେଇ ଆନ୍ଦୋଳନ କରିଥିଲେ। ଏହାଛଡା ସମଗ୍ର ଭାରତରେ ମହିଳା ମାନଙ୍କର ମନ୍ଦିର ପ୍ରବେଶ ନେଇ ବହୁ ଆନ୍ଦୋଳନ କରିିଥିଲେ।
ଶାବରୀମାଳା ମନ୍ଦିରର ରାୟ ଆସିବା ପରେ ତୃପ୍ତିଙ୍କ ମତରେ, ୪୦୦ ବର୍ଷର ପରମ୍ପରା ବନ୍ଦ ହୋଇ ଶନି ସିଙ୍ଗାପୁର ମମନ୍ଦିରରେ ମହିଳା ମାନଙ୍କ ପ୍ରବେଶ ହୋଇଥିଲା। ଏହାପରେ ହାଜିଅଲ୍ଲୀ ଦରଘାରେ ମଧ୍ୟ ମହିଳାମାନଙ୍କ ପ୍ରବେଶ ହୋଇଥିଲା। ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେବା ସହ ପୂରୁଣା ଚିନ୍ତାଧାରା ବଦଳାଇବା ପାଇଁ ଚେଷ୍ଟା କରିଥିଲୁ। ମହିଳାମାନଙ୍କୁ ସମାନ ଅଧିକାର ଦେବାର ସମୟ ଆସିଛି। ସେ ଭାବବିହ୍ୱଳ ହୋଇ କହିଥିଲେ, ମୋତେ ସମାଜର ଚିନ୍ତାଧାରାକୁ ନେଇ ବର୍ତ୍ତମାନ ହସ ଲାଗୁଛି। ମହିଳା ମାନଙ୍କ ଗର୍ଭରୁ ସୃଷ୍ଟି ହୋଇଥିବା ଏହି ସମାଜ ମହିଳା ମାନଙ୍କୁ ହିଁ ଅପବିତ୍ର ମନେ କରୁଛି। ମୋତେ ସବୁ ସମୟରେ ଧମକ୍‍ ମିଳୁଛି କିନ୍ତୁ ମୁଁ କେବେ ଭୟଭୀତ ହେବି ନାହିଁ। ମହିଳା ମାନଙ୍କ ଅଧିକାରକୁ ନେଇ ସବୁ ସମୟରେ ଆନ୍ଦୋଳନ କରି ଚାଲିବି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories