www.samajalive.in
Saturday, December 6, 2025
26.1 C
Bhubaneswar

ମହିଳା ଟି୨୦ ବିଶ୍ୱକପ: ହରମନପ୍ରୀତ ଭାରତର ଅଧିନାୟିକା

ମୁମ୍ବଇ : ଆସନ୍ତା ନଭେମ୍ବର ୯ରୁ ୧୪ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜରେ ଆଇସିସି ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଏଥିପାଇଁ ବିସିସିଆଇ ପକ୍ଷରୁ ଶୁକ୍ରବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହରମନପ୍ରୀତ କୌର ଏହି ଟୁର୍ଣ୍ଣାମେଣ୍ଟରେ ଦଳର ନେତୃତ୍ୱ ନେଉଥିବାବେଳେ ସ୍ମୃତି ମାନ୍ଧାନାଙ୍କୁ ଉପ ଅଧିନାୟିକା ଦାୟିତ୍ୱ ଅର୍ପଣ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ଅଂଶଗ୍ରହଣ କରିବେ। ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆୟରଲାଣ୍ଡ ସହ ଭାରତ ଗ୍ରୁପ୍‍-ବି’ରେ ସ୍ଥାନ ପାଇଛି। ନଭେମ୍ବର ୯ରେ ଭାରତ ତାହାର ପ୍ରଥମ ଲିଗ୍‍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟୁଥିବାବେଳେ ନଭେମ୍ବର ୧୧ରେ ପାକିସ୍ତାନକୁ, ନଭେମ୍ବର ୧୫ରେ ଆୟରଲାଣ୍ଡକୁ ଓ ୧୭ରେ ଅଷ୍ଟ୍ରେଲିଆକୁ ଭେଟିବ।
ଘୋଷିତ ଭାରତୀୟ ଦଳ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧାନା (ଉପ ଅଧିନାୟିକା), ମିତାଲି ରାଜ, ଜେମିମା ରୋଡ୍ରିଗ୍ୱେଜ୍‍, ବେଦା କୃଷ୍ଣମୂର୍ତ୍ତି, ଦିପ୍ତୀ ଶର୍ମା, ତାନିୟା ଭାଟିଆ (ୱିକେଟ ରକ୍ଷକ), ପୁନମ ଯାଦବ, ରାଧା ଯାଦବ, ଅନୁଜା ପାଟିଲ, ଏକତା ବିସ୍ତ୍‍, ହେମଲତା, ମାନସୀ ଜୋଷୀ, ପୂଜା ବସ୍ତ୍ରାକର ଓ ଅରୁନ୍ଧତି ରେଡ୍ଡି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories