www.samajalive.in
Saturday, December 6, 2025
15.1 C
Bhubaneswar

ପଣା ସଂକ୍ରାନ୍ତି ବିଶେଷ ; ପାଟିକୁ ବେଶ ସ୍ୱାଦିଷ୍ଟ ବେଲପଣା

ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଆଜି ଠାରୁ ଆରମ୍ଭ ଓଡିଆ ନବବର୍ଷ। ତେବେ ଆଜି ଦିନରେ ଘରେ ଘରେ ଭଗବାନଙ୍କ ନିକଟରେ ଛତୁଆ ଭୋଗ କରାଯିବା ସହ ପ୍ରସ୍ତୁତ କରାଯାଇଥାଏ ବେଲପଣା। ଜାଣନ୍ତୁ କିଭଳି ପ୍ରସ୍ତୁତ କରିବେ ବେଲପଣା।
ଆବଶ୍ୟକ ସାମଗ୍ରୀ
ବେଲ – ୨ଟି
ଚିନି – ୧କପ
ଛେନା – ୨କପ
ରସଗୋଲା – ୨ଟି
ଗୋଲମରିଚ ଗୁଣ୍ଡ – ୧ ଚାମଚରୁ କମ୍‍
କଦଳୀ – ୨ଟି
ନଡିଆ କୋରା – ୧କପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ବେଲକୁ ଭାଙ୍ଗି ଏହା ମଧ୍ୟରୁ ଭଲ ଭାବେ ରସ ବାହାର କରନ୍ତୁ। ଏଥିରେ ପାଣି ମିଶାଇ ଏହାକୁ ଛଣା ଦ୍ୱାରା ଭଲ ଭାବେ ଛାଣି ଦିଅନ୍ତୁ। ଏବେ ଏଥିରେ ଚିନି,ଛେନା, ରସଗୋଲା,କଦଳୀ ,ନଡିଆ କୋରା ଆଦିକୁ ଭଲ ଭାବେ ମିଶାଇ ଗିଲାସରେ ଫେଣ୍ଟି ଦିଅନ୍ତୁ। ଏବେ ଏହା ଉପରେ ଗୋଲମରିଚ ଗୁଣ୍ଡ ପକାଇ ନଡିଆ କୋରା,ଛେନା ପକାଇ ସଜାଇ ଦିଅନ୍ତୁ ଓ ପିଅନ୍ତୁ ସ୍ୱାଦିଷ୍ଟ ବେଲପଣା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories