www.samajalive.in
Saturday, December 13, 2025
23.1 C
Bhubaneswar

ପାକିସ୍ତାନର ରଙ୍ଗିଲା ପ୍ରଧାନମନ୍ତ୍ରୀ ଶେହବାଜ

ଇସଲାମାବାଦ: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କେବଳ ଶହଶହ କୋଟି ଟଙ୍କାର ଦୁର୍ନୀତିକୁ ନେଇ ଚର୍ଚ୍ଚିତ ନୁହନ୍ତି; ବରଂ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହିଆସିଛନ୍ତି। ରଙ୍ଗିନ ଜୀବନ ବିତାଉଥିବା ବ୍ୟକ୍ତି ଭା​‌ବେ ସେ ଦେଶବାସୀଙ୍କ ନିକଟରେ ପରିଚିତ। ତାଙ୍କ ପୂର୍ବସୂରୀ ଇମ୍ରାନ ଖାଁ ତିନି ଥର ବିବାହ କରିଥିଲେ ଏବଂ ପ୍ରଥମ ଦୁଇ ଜଣ ତାଙ୍କୁ ଛାଡ଼ପତ୍ର ଦେଇଥିଲେ; ତେବେ ଇମ୍ରାନଙ୍କଠାରୁ ସରିଫ ଆଗରେ ଅଛନ୍ତି। ସରିଫ ମୋଟ ୫ଥର ବିବାହ କରିଛନ୍ତି। ସେ ଆଲିଆ ହନି, ନିଲୋଫର ଖୋସା ଓ କାଲ୍‌ସୁମ୍‌ ହାୟିଙ୍କୁ ଛାଡ଼ପତ୍ର ଦେଇଛନ୍ତି। ନୁସ୍ରତଙ୍କ ଔରସରୁ ତାଙ୍କର ଦୁଇ ପୁଅ ଓ ଯାଆଁଳାଙ୍କୁ ମିଶାଇ ତିନି ଝିଅ ଥିଲାବେଳେ ଆଲିଆଙ୍କଠାରୁ ଗୋଟିଏ ଝିଅ ଅଛନ୍ତି।

ସୂଚନାନୁଯାୟୀ, ସରିଫ ମାତ୍ର ୨୩ ବର୍ଷ ବୟସରେ ୧୯୭୩ରେ ନୁସରତଙ୍କୁ ବିବାହ କରିଥିଲେ। ନୁସ୍ରତଙ୍କ ମୃତ୍ୟୁ ପରେ ସେ ମଡେଲ ଆଲିଆ ହନିଙ୍କୁ ବିବାହ କରିଥିଲେ। ଆଲିଆଙ୍କୁ ସେ ଏତେ ଭଲ ପାଉଥିଲେ ଯେ ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ଥିଲାବେଳେ ତାଙ୍କ ପାଇଁ ପଞ୍ଜାବରେ ଏକ ଫ୍ଲାଇଓଭର (ପୋଲ) ନିର୍ମାଣ କରାଇଥିଲେ। ଏହି ଫ୍ଲାଇଓଭର ଏବେ ‘ହନି ବ୍ରିଜ୍‌’ ନାମରେ ପରିଚିତ। ସାଉଦିଆରବରେ ନିର୍ବାସିତ ଜୀବନ ବିତାଉଥିବାବେଳେ ଆଲିଆଙ୍କ ସହିତ ସମ୍ପର୍କ ତୁଟି ଯାଇଥିଲା। କିଛି କାଳ ପରେ ଆଲିଆଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା। ପରେ ସେ ନିଲୋଫର ଖୋସାଙ୍କୁ ବିବାହ କରିଥିଲେ। ଖୋସା ତତ୍କାଳୀନ ଗୁଇନ୍ଦା ମହାନିର୍ଦେଶକ ତାରିକ ଖୋସା ଓ ବିଚାରପତି ଅସିଫ ସୟିଦ ଖୋସାଙ୍କ ଭଉଣୀ। ଏହା ସତ୍ତ୍ବେ ଉକ୍ତ ବିବାହ ସଫଳ ହୋଇ ନ ଥିଲା। ସରିଫଙ୍କ ଚତୁର୍ଥ ପତ୍ନୀ ଥିଲେ ସମାଜସେବୀ ଓ ଲେଖିକା ତେହମିନା ଦୁରାନୀ। ଦୀର୍ଘ ୮ବର୍ଷର ପ୍ରେମ ସମ୍ପର୍କ ପରେ ୨୦୦୩ରେ ତାଙ୍କୁ ସେ ଲୁଚିଛପି ବିବାହ କରିଥିଲେ। ୨୦୧୨ରେ ୬୦ବର୍ଷ ବୟସରେ କାଲସୁମ୍‌ ହାୟିଙ୍କୁ ସେ ପଞ୍ଚମ ବିବାହ କରିଥିଲେ; କିନ୍ତୁ ଏହି ବିବାଦ ବେଶୀ ଦିନ ତିଷ୍ଠି ନ ଥିଲା। ଏଭଳି ଜୀବନଶୈଳୀ ସତ୍ତ୍ବେ ଶେହବାଜ ଜଣେ ଉତ୍ତମ ପ୍ରଶାସକ ଭାବେ ପରିଚିତ। ପଞ୍ଜାବ ପ୍ରଦେଶର ତିନି ଥର ମୁଖ୍ୟମନ୍ତ୍ରୀ ଥିବାବେଳେ ଏବେ ଦେଶର ୨୩ତମ ପ୍ରଧାନମନ୍ତ୍ରୀ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories