www.samajalive.in
Monday, December 15, 2025
16.1 C
Bhubaneswar

ସାବରୀମାଳା:ଏହି କନ୍ନଡ଼ ଅଭିନେତ୍ରୀଙ୍କ ସ୍ପର୍ଶରୁ ବିବାଦର ସୂତ୍ରପାତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଉଠାଇ ନେଇଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ଏହି ମନ୍ଦିରରେ କେବଳ ୧୦ରୁ ୫୦ବର୍ଷ ବୟସ୍କ ମହିଳାଙ୍କ ପାଇଁ ମନ୍ଦିରରେ ପ୍ରବେଶ ଉପରେ ପ୍ରତିବନ୍ଧକ ଥିଲ।
ତେବେ ଜନୈକା କନ୍ନଡ଼ ଅଭିନେତ୍ରୀଙ୍କ ସ୍ୱୀକାରୋକ୍ତି ପରେ ବିବାଦର ସୂତ୍ରପାତ ହୋଇଥିଲା।
୨୦୦୬ରେ ସାବରୀମାଳାଙ୍କ ପ୍ରମୁଖ ଜ୍ୟୋତିଷ ପରପ୍ପନଗଡି ଉନ୍ନୀକୃଷ୍ଣନ୍‍ ଏକ ବିବୃତ୍ତିରେ ସାବରୀମାଳା ମନ୍ଦିରର ଆରାଧ୍ୟ ଦେବତା ଅୟପ୍ପା ତାଙ୍କ ଶକ୍ତି ହରାଇଛନ୍ତି। ଜଣେ ମହିଳା ତାଙ୍କ ସ୍ପର୍ଶ କରିବା ଫଳରେ ଦେବତାଙ୍କ ଶକ୍ତି ନଷ୍ଟ ହୋଇଯାଇଛି। ଠିକ ଏହି ସମୟରେ କନ୍ନଡ଼ ଅଭିନେତା ପ୍ରଭାକରଙ୍କ ପତ୍ନୀ ତଥା ଅଭିନେତ୍ରୀ ଜୟମାଳା ମଧ୍ୟ ଅନୁରୂପ ପ୍ରଦାନ କରିଥିଲେ। ଜୟମାଳା ଭଗବାନ ଅୟପ୍ପାଙ୍କ ମୂର୍ତ୍ତିକୁ ସ୍ପର୍ଶ କରିଛନ୍ତି ବୋଲି ସ୍ୱୀକାର କରିବା ସହ ଏଥିପାଇଁ ସେ ପଶ୍ଚାତାପ କରୁଛନ୍ତି ବୋଲି ମନ୍ତବ୍ୟ ଦେଇଥିଲେ। ଜୟମାଳା ୧୯୮୭ରେ ମନ୍ଦିରକୁ ଦର୍ଶନ ନିମନ୍ତେ ଯାଇଥିଲେ। ଶ୍ରଦ୍ଧାଳୁଙ୍କ ଭିଡ଼ ଓ ଠେଲାପେଲା ମଧ୍ୟରେ ଜୟମାଳା ଗର୍ଭଗୃହ ପର୍ଯ୍ୟନ୍ତ ଚାଲିଯିବା ସହ ୟଅପ୍ପାଙ୍କ ପାଦ ତଳେ ପଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ପୂଜକ ତାଙ୍କୁ ପୂଜା ଫୁଲ ମଧ୍ୟ ପ୍ରଦାନ କରିଥିଲେ ବୋଲି ଜୟମାଳା ତାଙ୍କ ସ୍ୱୀକାରୋକ୍ତିରେ ପ୍ରକାଶ କରିଥିଲେ।
୧୪ଡିସେମ୍ବର ୨୦୧୦ରେ ପଠାନୀମିଟ୍ଠା ଜିଲାର ରନ୍ନୀଠାରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ କେରଳ ପୁଲିସ ଜୟମାଳାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲେ। ପୁଲିସ ଜୟମାଳାଙ୍କ ବିରୋଧରେ ପ୍ରସିଦ୍ଧ ତୀର୍ଥସ୍ଥଳର ନିୟମକୁ ଉଲ୍ଲଘନ କରିବା ସହ ଭକ୍ତଙ୍କ ଧାର୍ମର୍ିକ ଭାବନାକୁ ଅପମାନିତ କରିବା ଅଭିଯୋଗ ରୁଜୁ କରିଥିଲେ। ଏହି ମାମଲାକୁ ପରବର୍ତ୍ତୀ ସମୟରେ କେରଳ ଉଚ୍ଚ ନ୍ୟାୟାଳୟ ପୁଲିସର ଅଭିଯୋଗକୁ ବାତିଲ କରିବା ସହ ଜୟମାଳା ନିର୍ଦୋଶ ପ୍ରମାଣିତ ହୋଇଥିଲେ।
୨୭ବର୍ଷିୟା ଜୟମାଳାଙ୍କ ମନ୍ଦିର ଦର୍ଶନ ଓ ପରେ ସ୍ୱୀକାରୋକ୍ତିକୁ ନେଇ ବିବାଦ ଲାଗି ରହିଥିଲା। ଯେତେବେଳେ ମନ୍ଦିରରେ ମହିଳାଙ୍କ ପ୍ରବେଶ ନିଷିଦ୍ଧ କରାଯାଇଥିଲା ସେତେବେଳେ ଜୟମାଳା ମନ୍ଦିର ମଧ୍ୟକୁ ପ୍ରବେଶ କଲେ କିପରି? ଏହାର ଉତ୍ତର ଜୟମାଳା ଦେଇ ନଥିଲେ। ଜୟମାଳାଙ୍କୁ ନେଇ ମନ୍ଦିର ମଧ୍ୟରେ ପୂଜକ ଗୋଷ୍ଠୀଙ୍କ ମଧ୍ୟରେ ରାଜନୀତି କରାଯାଉଛି ବୋଲି ମଧ୍ୟ ଅଭିଯୋଗ ହୋଇଥିଲା। ସେ ଜଣେ ଖ୍ୟାତନାମା ଅଭିନେତ୍ରୀ ହୋଇଥିବାରୁ ତାଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ କେହି ଅଟକାଇ ନଥିଲେ ବୋଲି ଜୟମାଳା ପ୍ରକାଶ କରିଥିଲେ। ଏହି ମାମଲା ପରବର୍ତ୍ତୀ ସମୟରେ ସୁପ୍ରିମ କୋର୍ଟରେ ମହିଳାଙ୍କ ମୌଳିକ ଅଧିକାର ଖଣ୍ଡନ କରାଯାଉଛି ବୋଲି ଅଭିଯୋଗ କରାଯାଇ ଚ୍ୟାଲେଞ୍ଜ କରାଯାଇଥିଲା।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories