www.samajalive.in
Wednesday, December 10, 2025
15.1 C
Bhubaneswar

ଟିଡିସିସି ଦ୍ବାରା ଲଘୁ ବନଜାତ ଦ୍ରବ୍ୟ କ୍ରୟ ଆରମ୍ଭ

କଲମପୁର :କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ଏକ ପ୍ରାକୃତିକ ବଣଜଙ୍ଗଲ ପୂର୍ଣ୍ଣ ଅଞ୍ଚଳ। ଏଠାରେ ପ୍ରକୃତିର ଅବଦାନ ଫଳରେ ହରିଡା,ବାହାଡା,ଅଁଳା,ଶାଳ ମଞ୍ଜି, ମହୁଲ,ଟୋଲ ମଞ୍ଜି, ମହୁ,ଝାଡୁ ଏବଂ ସିଆଳି ପତ୍ର ସହିତ ଅନେକ ଔଷଧୀୟ ଜଡିବୁଟି ଫଳମୂଳ ଭଳି ବିଭିନ୍ନ ପ୍ରକାର ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ସ୍ଥାନୀୟ ଅଞ୍ଚଳର ଲୋକେ ଏହାକୁ ବିକ୍ରୀ କରି ଦି ପଇସା ରୋଜଗାର କରିବାର ସୁଯୋଗ ପାଇଥାନ୍ତି। କିନ୍ତୁ ଏସବୁ ଦ୍ରବ୍ୟ ଗୁଡିକର ବିକ୍ରୟ ପାଇଁ ଦଲାଲର କବଜାରେ ପଡି ଏହାର ଉଚିତ ମୂଲ୍ୟରେ ବିକ୍ରି କରିବାରୁ ବଞ୍ଚିତ ହୋଇଥାନ୍ତି। ଏହାର ବଜାର ଚାହିଦା ଯଥେଷ୍ଟ ରହିଅଛି ,ଏଗୁଡିକର ଉପଯୁକ୍ତ ବଜାର ଅବା ମଣ୍ଡିର ବ୍ୟବସ୍ଥା ପାଇଁ ସରକାର ‘ଆଦିବାସୀ ଉନ୍ନୟନ ସମବାୟ ନିଗମ(ଟି.ଡି.ସି.ସି)’ ମାଧ୍ୟମରେ ସ୍ଥାନୀୟ ସଂଗ୍ରହକାରୀ ହିତାଧିକାରୀ ଉପକୃତ ହୋଇପାରିବେ।
ଥୁଆମୂଳ ରାମପୁର ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଗରିବ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ବ୍ଲକର ବିଭିନ୍ନ ସ୍ଥାନରେ ମଣ୍ଡି ବ୍ୟବସ୍ଥା ପାଇଁ ଦାବୀ ହୋଇଆସୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ଆଦିବାସୀ ଉନ୍ନୟନ ସମବାୟ ନିଗମ ଦ୍ବାରା ବ୍ଲକର ବାଲିସରା ଠାରେ ସୋମବାର ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କେନ୍ଦ୍ର ଉଦଘାଟିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଆଦିବାସୀ ଉନ୍ନୟନ ସମବାୟ ନିଗମର ଅଧିକାରୀ ଗଙ୍ଗାଧର ମହାନ୍ତି ଏହି କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ତେନ୍ତୁଳି କ୍ରୟ କରାଯିବାର ନିଷ୍ପତ୍ତି ନିଆଯାଇଛି। ଅନୁଷ୍ଠିତ ଉଦଘାଟନୀ ଦିବସରେ ବାଲିସରା ଗ୍ରାମର  ମାଁ ସନ୍ତୋଷୀ,ବୃନ୍ଦାବତୀ,ମାଁ ଲଙ୍କେଶ୍ବରୀ ଏବଂ ମାଁ ଲକ୍ଷ୍ମୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ସଂଗୃହିତ ତେନ୍ତୁଳି ଏହି କେନ୍ଦ୍ରରେ ବିକ୍ରି କରିଥିବା ଦେଖିବାକୁ ମିଳିଥିଲା।
ବର୍ତ୍ତମାନ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ସର୍ବ ନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୩୬୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।ଦଲାଲର ଶିକାର ହୋଇ ଶୋଷିତ ହେଉଥିବା ବେଳେ ଏବେ ଏହି ଦ୍ରବ୍ୟର ଉଚିତ ମୂଲ୍ୟ ପାଇ ଖୁସିଥିବା ପ୍ରକାଶ କରିଛନ୍ତି ବିକ୍ରେତା।ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ଏହି ନିଗମ ପକ୍ଷରୁ ଅନ୍ୟାନ୍ୟ ବନଜାତ ଦ୍ରବ୍ୟର ବଜାର ବ୍ୟବସ୍ଥା କରାଯିବା ନେଇ ମତ ପ୍ରକାଶ କରିଛନ୍ତି ଟିଡିସିସିର ଅଧିକାରୀ ଶ୍ରୀଯୁକ୍ତ ମହାନ୍ତି। ଅନୁଷ୍ଠିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଆଦିବାସୀ ଉନ୍ନୟନ ସମବାୟ ନିଗମର କ୍ଷେତ୍ର ଅଧିକାରୀ ଶୈଳେଶ କୁମାର ସାହୁ,ବ୍ରାଞ୍ଚ ମ୍ୟାନେଜର ବିପିନ କୁମାର ରଥ,ସହକାରୀ ମାର୍କେଟିଂ ମ୍ୟାନେଜର ସୌଭାଗ୍ୟ ସାହୁ ଏବଂ ଏକାଉଣ୍ଟାଟ ନଳିନୀ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଗ୍ରାମରୁ ଆସିଥିବା ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories