ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ଡେପୁଟିମେୟର ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବିଜେଡିର ବିବେକ ରେଡ୍ଡୀ ଡେପୁଟିମେୟର ଭାବେ ନିର୍ବାଚିତ ହୋଇଛନ୍ତି। ମହାନଗର ନିଗମରେ ୪୨ ୱାର୍ଡ ଥିବା ବେଳେ ସେଥିରୁ ବିବେକଙ୍କୁ ୩୪ଟି ଭୋଟ ମିଳିଛି। ବିଜେପିର ଡେପୁଟିମେୟର ପ୍ରାର୍ଥୀ ଡି.କରୁଣାକର ପାଇଥିଲେ ମାତ୍ର ୭ଟି ଭୋଟ। ସ୍ୱାଧୀନ କର୍ପୋରେଟର ସନ୍ଧ୍ୟାରାଣୀ ଶୁକ୍ଳା ନିର୍ବାଚନ ବର୍ଜନ କରିଥିଲେ। ନିର୍ବାଚନ ଅଧିକାରୀ ସଂଗ୍ରାମଜିତ ନାୟକ ଫଳାଫଳ ଘୋଷଣା କରିଥିଲେ। ଏହା ପୂର୍ବରୁ ନବନିର୍ବାଚିତ ମେୟର ସଂଘମିତ୍ରା ଦଳେଇ ଏବଂ କର୍ପୋରେଟରଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Popular Categories



