www.samajalive.in
Saturday, December 6, 2025
26.1 C
Bhubaneswar

ପୁଣି ରାଜଧାନୀରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। ଗତ ସାତ ଦିନ ମଧ୍ୟରେ ପ୍ରଥମ ଥର ସବୁଠାରୁ ଅଧିକ ଲୋକେ ଗୋଟିଏ ଦିନରେ ସଂକ୍ରମିତ ହୋଇଛନ୍ତି। ଏହାସହ ଦୈନିକ ସଂକ୍ରମଣ ହାର ୧.୬୦ ପ୍ରତିଶତରୁ ବୃଦ୍ଧି ପାଇଛି। ଗତ ଏପ୍ରିଲ ୧ ତାରିଖ ତୁଳନାରେ ଦୈନିକ ସଂକ୍ରମଣ ୩ ଗୁଣା ଠାରୁ ଅଧିକ ରେକର୍ଡ କରାଯାଇଛି।
ଗୁରୁବାର ଦିନ ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଗତ ଗୋଟିଏ ଦିନରେ ୧୭୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୧୮ ରୋଗୀଙ୍କୁ ଡିସଚାର୍ଜ କରାଯାଇଥିଲା। ଗୋଟିଏ ଦିନରେ, ୧୦୪୫୩ ନମୁନା ପରୀକ୍ଷା କରାଯାଇ ଥିବା ବେଳେ ଯେଉଁଥିରେ ୧.୬୮ ପ୍ରତିଶତ ନମୁନା ସଂକ୍ରମିତ ହୋଇଥିବା ଜଣାପଡିଛି ।
କରୋନା ଆରମ୍ଭରୁ ରାଜଧାନୀରେ ସମୁଦାୟ ୧୮,୬୫,୭୯୬ ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୧୮,୩୯,୦୯୦ ରୋଗୀ ସୁସ୍ଥ ହୋଇଥିଲେ। କରୋନା କାରଣରୁ ସମୁଦାୟ ୨୬,୧୫୫ ରୋଗୀଙ୍କର ମୃତ୍ୟୁ ହୋଇଥିଲା।
ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଦିଲ୍ଲୀର କରୋନାରୁ ମୃତ୍ୟୁ ହାର ୧.୪ ପ୍ରତିଶତ। ଏହି ସମୟରେ, କରୋନାର ସକ୍ରିୟ ମାମଲା ୫୫୧ କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୩୬୨ ରୋଗୀଙ୍କୁ ସଙ୍ଗରୋଧରେ ଏବଂ ୧୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିମଧ୍ୟରୁ ୪ ଜଣ ରୋଗୀଙ୍କୁ ଆଇସିୟୁରେ, ୭ ଜଣ ଅମ୍ଳଜାନ ସହାୟତାରେ ଏବଂ ୧ ରୋଗୀ ଭେଣ୍ଟିଲେଟରରେ ଭର୍ତ୍ତି ହୋଇଛନ୍ତି। ଦିଲ୍ଲୀରେ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ନିଷେଦ୍ଧାଞ୍ଚଳ ସଂଖ୍ୟା ୨୬୪୦ କୁ ବୃଦ୍ଧି ପାଇଛି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories