ସହକର୍ମୀଙ୍କ ସ୍ତ୍ରୀଙ୍କୁ ଅସଦାଚରଣର ବିରୋଧ କରିବାରୁ ଯବାନଙ୍କୁ ହତ୍ୟା

0

ବରେଲି: ନିଜର ଜଣେ ସହକର୍ମୀଙ୍କ ସ୍ତ୍ରୀଙ୍କୁ ଅସଦାଚରଣ ପ୍ରଦର୍ଶନକୁ ବିରୋଧ କରିବାରୁ ଜନୈକ ଭାରତୀୟ ଯବାନ ହତ୍ୟାର ଶିକାର ହୋଇଛନ୍ତି। ଦୁର୍ବୃତ୍ତ ତାଙ୍କୁ ସ୍ପଷ୍ଟ ଦିବାଲୋକରେ ବଜାର ମଧ୍ୟରେ ଗୁଳି ମାରିଥିଲା। ତୁରନ୍ତ ଅନିଲ ନାମକ ସେହି ଯବାନଜଣଙ୍କୁ ସେନା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା।
ବରେଲି ସହରର କେଣ୍ଟ ଅଞ୍ଚଳରେ ଧ୍ରୁବ ନାମକ ଯୁବକଙ୍କ ଭାଇ ରାଜେଶ ସମ୍ପୃକ୍ତ ମହିଳାଙ୍କୁ ଆପତ୍ତିଜନକ ଆକ୍ଷେପ କରିଥିଲେ। ସେହି ମହିଳା ଜଣକ ସେନାର ଜଣେ ସୁବେଦାରଙ୍କ ସ୍ତ୍ରୀ। ଯାହାଙ୍କ ସହ ଅନିଲ ପରିଚିତ ଥିଲେ। ସମ୍ପୃକ୍ତ ମହିଳାଙ୍କୁ ରାଜେଶ ବାରମ୍ବାର ଅସଦ ବ୍ୟବହାର ପ୍ରଦର୍ଶନ କରୁଥିଲେ। ଏ ନେଇ ଅନିଲ ରାଜେଶଙ୍କୁ ଏପରି ନ କରିବା ପାଇଁ ବାରଣ କରିଥିଲେ। ତେବେ ଏଥିରେ ଉତକ୍ଷିପ୍ତ ହୋଇ ରାଜେଶଙ୍କ ଭାଇ ଧ୍ରୁବ ଅନିଲଙ୍କୁ ଗୁଳିକରି ହତ୍ୟା କରି ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଛି।

Leave A Reply