www.samajalive.in
Saturday, December 13, 2025
14.1 C
Bhubaneswar

ପାରମ୍ପରିକ ଲୋକନୃତ୍ୟ ଓ ସଙ୍ଗୀତ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ

ବଡ଼ମ୍ବା:ବ୍ଲକ ଅନ୍ତର୍ଗତ ଗୋପୀନାଥପୁରସ୍ଥିତ ପ୍ରସିଦ୍ଧ ସିଂହନାଥ ଦେବଙ୍କ ପୀଠରେ ବ୍ଲକ କଳା ଓ ସଂସ୍କୃତି ସଂଘ ଆନୁକୂଲ୍ୟରେ ଏକ କଳାକାର ସମାବେଶ ଏବଂ ସମ୍ବର୍ଦ୍ଧନା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ବଡ଼ମ୍ବାର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଲୋକନୃତ୍ୟ ଦଣ୍ଡ, ପାଲା, ସଂକୀର୍ତ୍ତନ, ଦାଶକାଠିଆ, ଭାଗବତ ଆଦିର କଳାକାରମାନେ ଶତାଧିକ ସଂଖ୍ୟାରେ ଯୋଗଦେଇଥିଲେ। ବ୍ଲକ କଳା ଓ ସଂସ୍କୃତି ସଂଘର ଉପସଭାପତି ମନୋରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ପାଲାଗାୟକ ଯୁଗଳଚରଣ ପ୍ରଧାନ ସଭାପତିତ୍ୱ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ପାରମ୍ପରିକ ଲୋକନୃତ୍ୟ ଓ ସଙ୍ଗୀତ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ। ରାସ, ରାମଳୀଳା, ପାଲା, ଦାଶକାଠିଆ, ସଂକୀର୍ତ୍ତନ, ଦଣ୍ଡନୃତ୍ୟ ହେଉ କି ଢଣକୋଇଲା ଅବା ଢୁମ୍ପା ଆଦି ଲୋକନୃତ୍ୟ ଦିନକୁ ଦିନ ବିରଳ ହେବାକୁ ବସିଲାଣି ଯାହାର ବୃତଚିତ୍ର(ଡକୁମେଣ୍ଟେସନ) କରାଯିବା ଜରୁରୀ। ଏସବୁର ଗୁରୁତୂଲ୍ୟ କଳାକାରମାନେ ରୁଚି ରଖୁଥିବା ନୂତନପୀଢିର କଳାକାରଙ୍କୁ କିଭଳି ଆକର୍ଷିତ କରିବେ ଏବଂ ସେସବୁ ସଙ୍ଗୀତ କି ନୃତ୍ୟ କିଭଳି ମନୋରଞ୍ଜନ ଧର୍ମି ହୋଇପାରିବ ସେ ଦିଗରେ ସମ୍ମିଳିତ ଉଦ୍ୟମ ନେବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଉପାଧ୍ୟକ୍ଷା ସ୍ୱର୍ଣ୍ଣଲତା ବେହେରା, ଜିଲାପରିଷଦ ସଦସ୍ୟା ନୟନା ସାହୁ, ରାଜଶ୍ରୀ ବରାଳ, ଜିଲାପରିଷଦ ରବୀନ୍ଦ୍ର କୁମାର ସାହୁ, ସଂଘର ଉପଦେଷ୍ଟା ସଦାନନ୍ଦ ସ୍ୱାଇଁ, ସ୍ଥାନୀୟ ସରପଞ୍ଚ ଯଜାତି କେଶରୀ ନାୟକ, ସମିତିସଭ୍ୟ ଜିତେନ୍ଦ୍ର ମଲ୍ଲିକ,ସଂକୀର୍ତ୍ତନ ଗାୟକ ବାସୁଦେବ ପାଣି ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ପାଲା, ସଂକୀର୍ତ୍ତନ, ଦାଶକାଠିଆ, ଢୁମ୍ପା ଏବଂ ମୃଦଙ୍ଗ ବାଦ୍ୟରେ ସୁନାମଅର୍ଜନ କରିଥିବା ବହୁ ବିଶିଷ୍ଟ କଳାକାର ସେମାନଙ୍କ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। କଳାତୀର୍ଥ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ କରାଯାଇଥିଲା।

 

- Advertisement -

ସଂଘ ତରଫରୁ ଏହି ଅବସରରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ଜିଲାପରିଷଦ ସଦସ୍ୟ/ସଦସ୍ୟା ଏବଂ ବ୍ଲକ ଅଧ୍ୟକ୍ଷ,ଉପାଧ୍ୟକ୍ଷାଙ୍କୁ ପୁଷ୍ପଗୁଛ ସହିତ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପରାମାନନ୍ଦ ସେଠୀ, ବରିଷ୍ଠ ପାଲାଗାୟକ ଭିକାରୀଚରଣ ଶତପଥୀ, ଗଙ୍ଗାଧର ପୁହାଣ, ସଙ୍ଗୀତ ଓ ରାସ ଗୁରୁ ପ୍ରଫୁଲ୍ଲକୁମାର ଶତପଥୀ, ସଂକୀର୍ତ୍ତନ ଗାୟକ ଗୋପୀନାଥ ସାମନ୍ତରାୟ, ପ୍ରଭାକର ପ୍ରଧାନ, ଜୀବନକୃଷ୍ଣ ମହାପାତ୍ର, ରାସ ଗାୟିକା ପୁଷ୍ପଲତା ପ୍ରଧାନ, ସୁଜାତା ମହାନ୍ତି, ସରୋଜିନୀ ରାଉତ, ମୀନାକ୍ଷୀ ଦଳେଇ, ସମାଜସେବୀ ସୁବାଷଚନ୍ଦ୍ର ସାହୁ, କଣ୍ଠଶିଳ୍ପୀ ମନୋଜକୁମାର ନାୟକ, ପ୍ରମୋଦକୁମାର ପଲାଉର, ମଞ୍ଚନାଟକ ନିଦେର୍ଶକ ଲଛମନ ସାହୁ, ଦଣ୍ଡନୃତ୍ୟ ଗୁରୁ ଗୋପୀନାଥ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଉତ୍କଳ ଦିବସ ସପ୍ତାହ ପାଳନ ପରିପ୍ରେକ୍ଷୀରେ ଅନୁଷ୍ଠିତ ଏହି ଉତ୍ସବରେ ଗୁରୁ ଜୀବନକୃଷ୍ଣଙ୍କ ସହଯୋଗରେ ମାଣିଆବନ୍ଧର ଶିଶୁକଳାକାରଙ୍କ ଦ୍ୱାରା ମୃଦଙ୍ଗବାଦ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

Hot this week

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

Related Articles

Popular Categories