www.samajalive.in
Friday, December 12, 2025
19.1 C
Bhubaneswar

ସେନାବାହିନୀରେ ଯୋଗ ଦେବା ପାଇଁ ସଚେତନ କରିବେ ଅବସର ଯବାନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ପତ୍ରକ୍ଷପାଲି ଗ୍ରାମର ଅନ୍ତର୍ଯ୍ୟାମୀ ଶଙ୍ଖୁଆ ଭାରତୀୟ ସେନା ବାହିନୀରୁ ଅବସର ଗ୍ରହଣ ପରେ ଫେରିଛନ୍ତି ନିଜ ପଲ୍ଲୀ ଭୂଇଁକୁ। ଏବେ ତାଙ୍କୁ ମାତ୍ର ୩୭ ବର୍ଷ। ଗତ ୧/୪/୨୦୦୫ ରେ ମାତ୍ର ୨୦ ବର୍ଷ ବୟସରୁ ସୈନ୍ୟ ବିଭାଗରେ ସିପାହୀ ରୂପେ ନିଯୁକ୍ତି ପାଇ ସେ ଦେଶ ମାତୃକାର ସେବା ପାଇଁ ଚାଲିଯାଇଥିଲେ। ତାଙ୍କ ଚାକିରି ସମୟରେ ସେ ପାଞ୍ଚ ବର୍ଷ ଧରି ସେନା ଦଳର ମୁଖ୍ୟ ମଧ୍ୟ ରହିଥିବା ଜଣାପଡିଛି। ତାଙ୍କର ଏହି ସେବା କାର୍ଯ୍ୟର ସମୟ ଅବଧି ସରି ଯିବା ପରେ ସେ ରାଜସ୍ଥାନ ଯୋଧପୁରରୁ ଅବସର ଗ୍ରହଣ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

 

- Advertisement -

ଏହି ଅବସରରେ ଗ୍ରାମବାସୀ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇଛନ୍ତି। ତାଙ୍କ ସହ କାର୍ୟ୍ୟରତ ଥିବା ଦୁଇ ଜଣ ଯଵାନ ବରୁଣ ଭୋଇ ଓ ଗଣେଶ ନାଏକ ମଧ୍ୟ ତାଙ୍କ ସହ ଆସିଥିଲେ। ଏହି ଅବସରରେ ସେ ଗ୍ରାମର ଯୁବ ପିଢ଼ିକୁ ନିଜ ଦେଶର ସୁରକ୍ଷା ପାଇଁ ଆଗେଇ ଆସିବା ଆହ୍ବାନ ଦେଇଥିଲେ। ଆଗରୁ ଅବସର ନେଇଥିବା ମୁକେଶ ବଘାର ଯିଏ କି ତାଙ୍କରି ଗ୍ରାମରେ ଯୁବକମାନଙ୍କ ପାଇଁ ମାର୍ଗଦର୍ଶକ ସାଜିଛନ୍ତି, ଶ୍ରୀ ଶଙ୍ଖୁଆ ତାଙ୍କ ସହ ମିଶି ସେନା ବାହିନୀରେ ଯୋଗଦେବା ପାଇଁ ଏହି ଅଞ୍ଚଳରେ ଯୁବକମାନଙ୍କୁ ସଚେତନ କରିବେ ବୋଲି ପ୍ରକାଶ କରିଛନ୍ତି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories