www.samajalive.in
Wednesday, December 10, 2025
23.1 C
Bhubaneswar

ସ୍ବଚ୍ଛତା ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର

ନବରଙ୍ଗପୁର: ସ୍ବଚ୍ଛତା ହିଁ ସେବା। ସ୍ବଚ୍ଛତା ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର। ଆସ ମିଳିମିଶି ଶପଥ ନେବା। ରାଜ୍ୟ ଓ ଦେଶକୁ ସ୍ବଚ୍ଛ ରଖିବା। ଏଭଳି ଆଭିମୁଖ୍ୟ ନେଇ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ସ୍ବଚ୍ଛ ଭାରତ ଅଭିଯାନ କ୍ରମରେ ନବରଙ୍ଗପୁର ଜିଲାରେ ସ୍ବଚ୍ଛ ପଖ୍ବାଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ସ୍ବଚ୍ଛ ପଖ୍ୱାଡ଼ା-୨୦୨୨ ପାଳିତ ହୋଇଛି। ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡ. କାହ୍ନୁ ଚରଣ ପାତ୍ରଙ୍କ ତତ୍ବାବଧାନରେ ଜିଲା ସ୍ୱାସ୍ଥ୍ୟ ସମିତିର ଅଧିକାରୀ ଓ କର୍ମଚାରୀମାନେ ଚିକିତ୍ସାଳୟ ପରିସରରେ ସଫେଇ କାର୍ଯ୍ୟ କରିଥିଲେ। ଚିକିତ୍ସାଳୟ ପରିସରକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ନିମନ୍ତେ ଶପଥ ନେଇ ଚିକିତ୍ସାଳୟର ସମସ୍ତ ସ୍ଥାନଗୁଡିକୁ ସଫାସୁତୁରା କରଯାଇଥିଲା। ଏଥିସହ ସ୍ବଚ୍ଛ ପଖ୍ୱାଡ଼ା ପାଳନ ଅବସରରେ ଏକ ସଚେତନତା ସଭା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା। ସ୍ବଚ୍ଛତା ଅଭିମୁଖେ ପଦକ୍ଷେପ ସ୍ୱରୂପ ସ୍ବଚ୍ଛତା ପଖ୍ବାଡା ପାଳନ ସମୟରେ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସ୍ବଚ୍ଛ ଭାରତ ଅଭିଯାନରେ ହସ୍ପିଟାଲ ପରିବେଶ ନିର୍ମଳ ଓ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦେବା ପାଇଁ ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା ଚିକିତ୍ସା ଅଧିକାରୀ ଡ. କାଳିପ୍ରସାଦ ବେହେରା, ଜିଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ.ମଳୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories