www.samajalive.in
Wednesday, December 10, 2025
16.1 C
Bhubaneswar

ଭାରତୀୟଲୋକ ପ୍ରଶାସନ ସଂସ୍ଥା, ଭୁବନେଶ୍ୱର ଶାଖାର ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର: ଭାରତୀୟ ଲୋକ ପ୍ରଶାସନ ସଂସ୍ଥା, ଭୁବନେଶ୍ୱର ଶାଖାର ବାର୍ଷିକ ସମ୍ମିଳନୀ ସଂପ୍ରତି ଅନୁଷ୍ଠିତ ହୋଇଯାଇଛି। ଏଥିରେମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରାଜ୍ୟ ମୁଖ୍ୟ ସୂଚନାକମିଶନର୍‍ ଜେ.କେ. ତ୍ରିପାଠୀ ସୂଚନା ଅଧିକାରର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡିକ ଉପରେ ଆଲୋକପାତ କରିବା ସହ ଏହା ପ୍ରଶାସନକୁ ଲୋକାଭିମୁଖୀ ତଥା ଫଳପ୍ରଦ କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ। ସଂସ୍ଥାର ସଭାପତି ଡ. ଅରୁଣକୁମାର ରଥଙ୍କ ପୌରୋହିତ୍ୟରେ ସମାହିତ ଏହି ସମ୍ମିଳନୀରେ ପ୍ରଫେସର ଚିତ୍ରା କାନୁନ୍‍ଗୋ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଫେସର ଯୁଗଳ ମିଶ୍ରଙ୍କ ସଂପାଦନାରେ ପ୍ରକାଶିତ ସଂସ୍ଥାର ତ୍ରୈମାସିକ ଜର୍ଣ୍ଣାଲ୍‍କୁ ମୁଖ୍ୟଅତିଥି ଉନ୍ମୋଚନ କରିଥିଲେ।

 

- Advertisement -

ପ୍ରବନ୍ଧଲିଖନ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ବିଦ୍ୟାର୍ଥୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଂସ୍ଥାର ପୂର୍ବତନ ଚେୟାରମ୍ୟାନ୍‍ ଡି.ଏନ୍‍. ପାଢୀ, ଏନ୍‍.ଆର. ହୋତା, ଏସ୍‍.ସି.ମିଶ୍ର, ଏସ୍‍.ସି. ହୋତା, ବି.ବି. ମିଶ୍ର, ପ୍ରଫେସରବି.ସି. ଚୌଧୁରୀ ପ୍ରମୁଖଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେକ୍ରେଟାରୀ ଅଶୋକ ମହାପାତ୍ର ବାର୍ଷିକ ବିବରଣୀ ଉପସ୍ଥାପନ କରିବା ସହ ସଂସ୍ଥାର ଉଲ୍ଲେଖନୀୟ ସାଫଲ୍ୟ ବିଷୟରେ ଉଲ୍ଲେଖ କରିଥିଲେ। ଏଥିରେ ୬୦ରୁ ଊଦ୍ଧ୍ୱର୍ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ପରିଶେଷରେ ପ୍ରଫେସର ପ୍ରତୀପ ମିଶ୍ର ଧନ୍ୟବାଦ ଦେଇଥିଲେ।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories