www.samajalive.in
Wednesday, December 10, 2025
16.1 C
Bhubaneswar

ପାଥପୁର ବାରିଣୀ ଯାତ୍ରା ଉଦଯାପିତ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ଗ୍ରାମରେ ଚାଲିଥିବା ବାରିଣୀ ଯାତ୍ରା ଉଦଯାପିତ ହୋଇଯାଇଛି। ଦୀର୍ଘ ୪୬ବର୍ଷରୁ ଉର୍ଦ୍ଧ୍ବକାଳ ଧରି ଅଞ୍ଚଳରେ ଜନସାଧାରଣଙ୍କୁ ଭାଇଚାରା ଓ ସାଂସ୍କୃତିକ ମନୋରଞ୍ଜନ ଯୋଗାଇଥିବା ଏହି ଯାତ୍ରା ଚଳିତ ବର୍ଷ ସର୍ବାଧିକ ଆନନ୍ଦ ଦେଇଥିବା ଜଣାଯାଇଛି। କାର୍ଯ୍ୟକ୍ରମରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଯାତ୍ରା ଗ୍ରାମାଞ୍ଚଳରେ ମନୋରଞ୍ଜନ ଦେବା ସହ ଅଞ୍ଚଳବାସୀଙ୍କ ମଧ୍ୟରେ ଭାଇଚାରାର ସମ୍ପର୍କ ଯୋଡିବାରେ ସହାୟକ ହୋଇଥିଲା। ଶିକ୍ଷାବିତ୍ କାହ୍ନୁଚରଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯାତ୍ରା କଳାକାର ଦୈତାରୀ ପଣ୍ଡା, ଜିଲାପରିଷଦ ଆଶିଷ ସାହୁ, ସରପଞ୍ଚ ସୁରେନ୍ଦ୍ର ପରିଡା, ସମିତିସଭ୍ୟ ନରେନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ଜିତେନ କୁମାର ବେହେରା, କୃଷ୍ଣଚନ୍ଦ୍ର ସାହୁ, ଗ୍ରାମ ମୁରବୀ ବାବାଜୀ ଗୋଚ୍ଛାୟତ, ମଙ୍ଗୁଳି ଗୋଚ୍ଛାୟତ, ଧନେଶ୍ୱର ଗୋଚ୍ଛାୟତ, ସୂର୍ଯ୍ୟମଣି ଗୋଚ୍ଛାୟତ, ଯୋଗୀ ପ୍ରଧାନ, ନାଗା ଗୋଚ୍ଛାୟତ ପ୍ରମୁଖ ଗ୍ରାମ ମୁରବୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପାର୍ବତୀ ଗଣନାଟ୍ୟ ଦ୍ୱାରା ସାମାଜିକ ନାଟକ ‘ସବାରୀ ଉଠିବ ଏଇ ଫଗୁଣରେ’ ମଞ୍ଚସ୍ଥ ହୋଇଥିଲା। ଚଳିତ ବର୍ଷ ପାର୍ବତୀ ଗଣନାଟ୍ୟ ପାଥପୁର ବାରିଣୀ ଯାତ୍ରା ପଡିଆରେ ନାଟକ ‘କଥାଦେଲି କହିବିନି’, ‘ଗୀତାପାଇଁ ମହାଭାରତ’ ଏବଂ ଶେଷ ରାତିରେ ‘ସବାରି ଉଠିବ ଏଇ ଫଗୁଣରେ’ ନାଟକ ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିଲା। ପରିଚାଳନା କମିଟିର ସକ୍ରିୟ ସହଯୋଗ ପାଇଁ ଗ୍ରାମ ମୁରବୀ ମାନେ ଧନ୍ୟବାଦ ଜଣାଇଛନ୍ତି।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories