www.samajalive.in
Wednesday, December 10, 2025
16.1 C
Bhubaneswar

ମା’ ଚର୍ଚ୍ଚିକାଙ୍କ ଘଟ ଭୋଗ ପରିକ୍ରମା

ବାଙ୍କୀ: ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କର ଘଟ ଏବେ ବାଙ୍କୀ ଅଞ୍ଚଳର ବିଭିନ୍ନ ଗ୍ରାମକୁ ପରିକ୍ରମାରେ ଯାଇ ଭୋଗ ଖାଉଛନ୍ତି। ପରମ୍ପରାକ୍ରମେ ସେବାୟତମାନେ ଗାଁକୁ ଗାଁ ବୁଲି ମା’ଙ୍କ ଘଟକୁ ପରିକ୍ରମା କରିବା ସହିତ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନର ସୁବିଧା ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ପବିତ୍ର ଦୋଳ ପୂର୍ଣ୍ଣିମା ଠାରୁ ବାଙ୍କୀର ରାଜା ସାହେବଙ୍କ ଘରୁ ଘଟ ଭୋଗ ଆରମ୍ଭ କରି କ୍ରମେ ଚର୍ଚ୍ଚିକା, ନରଗାଙ୍ଗ, ରଗଡି, ତୂଳସୀପୁର, ଢଁସର, ଜାମୁଣ୍ଡି, ବେଦପୁର, ଖମାରଙ୍ଗ, ଚକାପଦା, ଶିଶୁଆ ଆଦି ଗ୍ରାମ ପରିକ୍ରମା କରି ମା’ ଚର୍ଚ୍ଚିକାଙ୍କ ଘଟ ଭୋଗ ଖାଉଛନ୍ତି। ଆସନ୍ତା ବିଷୁବ ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ପରମ୍ପରାକ୍ରମେ ମା’ ଚର୍ଚ୍ଚିକାଙ୍କର ଗ୍ରାମ ପରିକ୍ରମା ସହ ଭୋଗ ଖିଆ ଚାଲୁ ରହିବ। ପଣାସଂକ୍ରାନ୍ତି ଦିନ ମା’ ଚର୍ଚ୍ଚିକାଙ୍କର ପବିତ୍ର ଝାମୁ ଯାତ୍ରାରେ ଏହି କାର୍ଯ୍ୟ ସମାପନ ହେବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories