ପରବର୍ତ୍ତୀ ମହାମାରୀର କାରଣ ହୋଇପାରନ୍ତି ଜିକା ଓ ଡେଙ୍ଗୁ ; ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ
ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜିକା ଓ ଡେଙ୍ଗୁ ସହିତ ଜୀବାଣୁ ଓ ଭୂତାଣୁ ଜନିତ ପରବର୍ତ୍ତୀ ମହାମାରୀ ବ୍ୟାପିବା ନେଇ ଚେତାବନୀ ଦେଇଛି। ଆର୍ବୋଭାଇରସ୍ ଯେପରି ଡେଙ୍ଗୁ, ହଳଦିଆ ଜ୍ୱର, ଚିକନଙ୍ଗୁନିଆ ଏବଂ ଜିକା ଭଳି ଭୂତାଣୁ ଗ୍ରୀଷ୍ମମଣ୍ଡଳୀୟ ଓ ଉପଗ୍ରୀଷ୍ମମଣ୍ଡଳାୀୟ ଅଞ୍ଚଳରେ ରହୁଥିବା ପ୍ରାୟ ୩.୯ ବିଲିୟନ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ।
ଏହି ଆର୍ବୋଭାଇରସ୍ ରୋଗର ବାହକ ବିଶେଷତଃ ଏଡିସ୍ ମଶା । ଆର୍ବୋଭାଇରସ୍ ସାରା ବିଶ୍ୱରେ ବୃଦ୍ଧି ପାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ୧୩୦ ଟି ଦେଶରେ ବାର୍ଷିକ ୩୯୦ ନିୟୁତ ଲୋକଙ୍କୁ ଡେଙ୍ଗୁ ଜ୍ୱର ସଂକ୍ରମିତ କରିଥାଏ। ଏହି ଦେଶରେ ଏହି ଡେଙ୍ଗୁ ଜ୍ୱର ସ୍ଥାନୀୟ। ୨୦୧୬ ରେ, ଜିକା ଭୂତାଣୁ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା , ଅତିକମରେ ୮୯ ଟି ଦେଶରେ ଏହାର ଉପସ୍ଥିତି ଦେଖିବାକୁ ମିଳିଥିଲା ।
ହଳଦିଆ ଜ୍ୱର ୪୦ ଟି ଦେଶକୁ ବ୍ୟାପିବାର ଆଶଙ୍କା ଅଧିକ ଥାଏ ଏବଂ ଜଣ୍ଡିସ ରୋଗ ସୃଷ୍ଟି କରେ ଏବଂ ଡେଙ୍ଗୁ ଭଳି ଅନେକ ସମୟରେ ଅଧିକରୁ ଅଧିକ ଗୁରୁତର ହୋଇଥାଏ। ଯଦିଓ ଚିକନଙ୍ଗୁନିଆ ଏଯାଏଁ କମ ଦେଶରେ ବ୍ୟାପିଛି, ଏହା ୧୧୫ ଟି ଦେଶରେ ଉପସ୍ଥିତ ।
ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଏହି ରୋଗଗୁଡିକ ବୃଦ୍ଧି ହେବା ନେଇ ଆଶଙ୍କା ବଢିବାରେ ଲାଗିଛି।
ପରବର୍ତ୍ତୀ ବିପର୍ୟ୍ୟୟକୁ ରୋକିବା ପାଇଁ ବିଶେଷଜ୍ଞମାନେ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ଆର୍ବୋଭାଇରସକୁ ଟାର୍ଗେଟ କରିବା ସେମାନଙ୍କ ତାଲିକାର ଶୀର୍ଷରେ ଅଛି ।
Comments are closed.