www.samajalive.in
Saturday, December 6, 2025
19.1 C
Bhubaneswar

ନବୀନ ନିବାସ ଘେରାଉ ସ୍ଥଗିତ

କଟକ : ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତ ଯୋଗୁ ଆସନ୍ତାକାଲି ‘ନବୀନ ନିବାସ’ ଘେରାଉ କାର୍ଯ୍ୟକ୍ରମ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଆସନ୍ତା ଶୁକ୍ରବାର ସାଧାରଣ ପରିଷଦ ବୈଠକ ପରେ ଏ ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ବାର ଆସୋସିଏସନ ସମ୍ପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି। ହାଇକୋର୍ଟ ସନ୍ନିକଟ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଆଜି ମଧ୍ୟ ଆଇନଜୀବୀମାନେ ଅଚଳ କରିଦେଇଥିଲେ।
ବ୍ୟାଙ୍କ, ପୋଷ୍ଟ ଅଫିସ ସେବା ବନ୍ଦ ରହିଥିବାବେଳେ ନିମ୍ନ ଅଦାଲତ ମଧ୍ୟ ଚାଲିପାରିନଥିଲା। ଆଇନଜୀବୀମାନେ କାହାରିକୁ ଭିତରକୁ ନ ଛାଡିବାରୁ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଅଭିଯୁକ୍ତ ପୁଲିସ କର୍ମଚାରୀ ଗିରଫ ନ ହେବା ପର୍ଯ୍ୟନ୍ତ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ କୁମାର ନାୟକ କହିଛନ୍ତି। ଗତକାଲିଠାରୁ ଷ୍ଟେଟ ବ୍ୟାଙ୍କ ଓ ୟୁ କୋ ବ୍ୟାଙ୍କ, ପୋଷ୍ଟ ଅଫିସରେ ସେବା ବନ୍ଦ ରହିବାରୁ କୌଣସି ନେଣଦେଣ ହୋଇନଥିଲା। ଦୁଇଦିନରେ ୧୦୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର କାରବାର ଠପ ହୋଇଛି। ଆସନ୍ତାକାଲିଠାରୁ ଆଉ କୌଣସି ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରାଯିବ ନାହିଁ କିନ୍ତୁ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ହାଇକୋର୍ଟ ବାର ସମ୍ପାଦକ ଶ୍ରୀ ମହାନ୍ତି ସ୍ପଷ୍ଟ କରିଦେଇଛନ୍ତି।
ବୈଠକରେ ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ କୁମାର ନାୟକ, ସଂପାଦକ ସତ୍ୟବ୍ରତ ମହାନ୍ତି, କଟକ ବାର ଆସୋସିଏସନ ସଭାପତି ଉମାକାନ୍ତ ନନ୍ଦ, ସଂପାଦକ ନରେଶ ଚନ୍ଦ୍ର ଜେନା ଓ କ୍ରିମିନାଲ କୋର୍ଟସ ବାର ଆସୋସିଏସନ ସଭାପତି ଅକ୍ଷୟ କୁମାର ପତି, ସମ୍ପାଦକ ପ୍ରଦୀପ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories