www.samajalive.in
Monday, December 8, 2025
14.1 C
Bhubaneswar

ଗାନ୍ଧୀ ଜୟନ୍ତୀରୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ; ଉପକୃତ ହେବେ ୨୦ଲକ୍ଷ ହିତାଧିକାରୀ

ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ଯୋଗାଇବେ। ୨୦ଲକ୍ଷ ହିତାଧିକାରୀଙ୍କ ପାଇଁ ୫ଲକ୍ଷରୁ ଅଧିକ କାର୍ଡ ପ୍ରସ୍ତୁତ ହୋଇଛି। ଏହି ହିତାଧିକାରୀଙ୍କ ପାଇଁ ବୁଧବାର ଆବଶ୍ୟକ ଚାଉଳ ଓ ଗହମ ଆବଣ୍ଟିତ ହୋଇଛି। ରାଜ୍ୟ ସରକାର ଏକକାଳୀନ ଦୁଇମାସର ଖାଦ୍ୟଶସ୍ୟ ଦେଇଛନ୍ତି। ମୁଣ୍ଡପିଛା ମାସିକ ୫ କେଜି ହିସାବରେ ପ୍ରତି ହିତାଧିକାରୀ ଅକ୍ଟୋବର ଓ ନଭେମ୍ବର ଦୁଇମାସ ପାଇଁ ୧୦କେଜି ଲେଖାଏଁ ଖାଦ୍ୟଶସ୍ୟ ପାଇବେ।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡ଼ିଥିବା ୩୪.୪୪ଲକ୍ଷ ହିତାଧିକାରୀଙ୍କୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟଶସ୍ୟ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ଲୋକଙ୍କୁ ଏଥିରେ ସାମିଲ କରିବା ନେଇ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ଆବେଦନପତ୍ର ଯାଞ୍ଚ କରାଯାଇ ବୁଧବାର ସୁଦ୍ଧା ୧୭ଲକ୍ଷ ଲୋକଙ୍କୁ ଏହି ଯୋଜନାଭୁକ୍ତ କରାଯାଇଛି। ଯାଞ୍ଚ କାର୍ଯ୍ୟ ଅବ୍ୟାହତ ଥିବାରୁ ୨ ତାରିଖ ସୁଦ୍ଧା ଅନ୍ୟୂନ ୨୦ଲକ୍ଷ ହିତାଧିକାରୀ ଏଥିରେ ସାମିଲ ହେବା ସମ୍ଭାବନା ରହିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories