www.samajalive.in
Saturday, December 13, 2025
23.1 C
Bhubaneswar

ଛାତ୍ରୀ ବଳାତ୍କାର ମାମଲା: ଡେରାଡୁନ୍‍ ସ୍କୁଲର ସ୍ୱୀକୃତି ପ୍ରତ୍ୟାହୃତ

ଡେରାଡୁନ୍‍ : ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଉପରିସ୍ଥ ଶ୍ରେଣୀ ଛାତ୍ରଙ୍କ ଗଣବଳାତ୍କାର ପରେ ଏହାକୁ ଚପାଇ ଦେବା ଉଦ୍ୟମ କରିଥିବା ଡେରାଡୁନ୍‍ର ଭଉୱାଲାସ୍ଥିତ ଘରୋଇ ଆବାସିକ ଜିଆରଡି ୱାର୍ଲଡ ସ୍କୁଲର ସ୍ୱୀକୃତିକୁ ସିବିଏସ୍‍ଇ କର୍ତ୍ତୃପକ୍ଷ ପ୍ରତ୍ୟାହାର କରିନେଇଛନ୍ତି। ଏଥିସହିତ ସ୍କୁଲରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଗ୍ରହଣ ଉପରେ ମଧ୍ୟ ନିଷେଧାଦେଶ ଜାରି କରିଛନ୍ତି। ଏହି ଘଟଣାରେ ପୂର୍ବରୁ ୪ଜଣ ଛାତ୍ରଙ୍କ ସହିତ ସ୍କୁଲର ନିର୍ଦେଶକ ଓ ତାଙ୍କ ପତ୍ନୀଙ୍କୁ ମିଶାଇ ମୋଟ ୯ଜଣଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ୪ଜଣ ଛାତ୍ର ତଳ ଶ୍ରେଣୀର ଛାତ୍ରୀଙ୍କୁ ବଳାତ୍କାର କରିବା ସହ ଗର୍ଭବତୀ କରିଥିଲେ। ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ଗର୍ଭପାତ ପାଇଁ ବାଧ୍ୟ କରିଥିଲେ। ଅଗଷ୍ଟ ୧୪ତାରିଖର ଘଟଣା ମାସକ ପରେ ଲୋକଲୋଚନାକୁ ଆସିଥିଲା। ରାଜ୍ୟ ଶିକ୍ଷା ବିଭାଗ ଓ ସିବିଏସ୍‍ଇ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ସ୍କୁଲ କର୍ତ୍ତୃପକ୍ଷ ଆବଶ୍ୟକ ନିୟମ ଓ ବିଧିବ୍ୟବସ୍ଥାର ଉଲ୍ଲଙ୍ଘନ କରିଥିବା ଏବଂ ସ୍କୁଲ ପରିଚାଳନା ପାଇଁ ଧାର୍ଯ୍ୟ ସର୍ତ୍ତ ଲକ୍ଷ୍ୟ କରାଯାଇଥିଲା। ସ୍କୁଲ କର୍ତ୍ତୃପକ୍ଷ ଏହାର ସନ୍ତୋଷଜନକ ଜବାବ ମଧ୍ୟ ଦେଇପାରି ନଥିଲେ।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories